ବ୍ୟାପୁଛି H3N2 ଭାଇରସ ।
ଥମିନି କରୋନାର ଭୟ ଆତଙ୍କ ଖେଳାଉଛି ଆଉ ଏକ ଭାଇରସ । ଏହି ଭାଇରସ କୁ ନେଇ ଆରମ୍ଭ ହେଲାଣି ଚର୍ଚ୍ଚା । କାରଣ ଏହି ଭାଇରସ ପାଇଁ ଯାଇଛି ଗୋଟିଏ ମୁଣ୍ଡ । ଭାରତରେ H3N2 ଭାଇରସ ରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ଏବେ ଏହି ଭାଇରସକୁ ନେଇ ସବୁଠି ଖେଳି ଯାଇଛି ଆତଙ୍କ । ତେବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ କର୍ଣ୍ଣାଟକର ଜଣେ ଆକ୍ରାନ୍ତ ଏହି ଭାଇରସ ଦ୍ଵାରା ମୃତ୍ୟୁ ବରଣ କରିଛନ୍ତି । ତେବେ କେବଳ ଏତିକି ନୁହେଁ ଏହି ଭାଇରସ ଗୋଟେ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ବ୍ୟାପୁଥିବା ଏବେ ଅନୁମାନ କରାଯାଉଛି । ସେପଟେ ଏହି ଭାଇରସ ର ଲକ୍ଷଣ ହେଉଛି ଥଣ୍ଡା କାଶ ଗଳା ଦରଜ ଓ ମୁଣ୍ଡ ବିନ୍ଧା । ତେବେ ଯେତେ ଶୀଘ୍ର ଏହି ଭାଇରସ କୁ ଚିହ୍ନଟ କରି ଡାକ୍ତର ଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସତ ହେଲେ ଏହି ଭାଇରସ ର କବଳରୁ ନିଜକୁ ରକ୍ଷା କରାଯାଇ ପାରିବ ବୋଲି କୁହାଯାଉଛି । H3N2 ଭାଇରସ ମାମଲା ସମଗ୍ର ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଲୋକମାନେ H3N2 ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହେବା ପରେ ଦୁର୍ବଳତା ଏବଂ ଥକାପଣରୁ ମୁକ୍ତି ପାଇବା ପାଇଁ 2 ସପ୍ତାହରୁ ଅଧିକ ସମୟ ନେଉଛନ୍ତି । କୋଭିଡ୍ -19 ପରେ ଏବେ ଏହି ଭାଇରସ୍ ମେଡିକାଲ୍ ବିଶେଷଜ୍ଞ ମାନଙ୍କ ଚିନ୍ତାକୁ ବଢାଇ ଦେଇଛି ।କାରଣ ଏହାର ଲକ୍ଷଣ କରୋନା ସହିତ ସମାନ ।ଇନ୍ଫ୍ଲୁଏଞ୍ଜା ରୋଗୀମାନେ ଉଚ୍ଚ ଜ୍ୱର, କ୍ରମାଗତ କାଶ ଏବଂ ନିଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବା ଅଭିଯୋଗ କରୁଛନ୍ତି। ଏହା କୋଭିଡ -19 କି ନୁହେଁ ଏ ମଧ୍ୟ ସନ୍ଦେହ ଅଛି ।