ବୁର୍ଲା ଭିସୁଟ ଛାତ୍ରୀ ମୃତ୍ୟୁ ମାମଲା |
ବୁର୍ଲା ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା ଏକ ନୂଆମୋଡ ହତ୍ୟା ନୁହେଁ ପାଣିରେ ବୁଡି ଚିହ୍ନୟୀଙ୍କ ମୃତ୍ୟୁ ହୋଇଛି ।ପ୍ରେସମିଟ କରି ସୂଚନା ଦେଇଛନ୍ତି ଏ ନେଇ ସମ୍ବଲପୁର ଏସପି। ଅନ୍ୟପଟେ, ଏହା ହତ୍ୟା ନୁହେଁ, ଦୁର୍ଘଟଣା କିଁ ? ଏସପି ପ୍ରତିକ୍ରିୟା ଦେଇ କହିଛନ୍ତି ଘଟଣାର ଅଧିକ ତଦନ୍ତ ଚାଲିଛି । ସେହିପରି ପ୍ରୀତିମାନ ଓ ମାନସଙ୍କୁ ଆଜି ବଣ୍ଡରେ ଛାଡି ଦିଆଯିବ । ଯେତେବେଳେ ଆବଶ୍ୟକ ପଡିବେ ହାଜର ହେବେ ।
ତେବେ ଚିନ୍ମୟୀଙ୍କ ମୃତ୍ୟୁ ଘଟଣାକୁ ୭ ଦିନ ବିତି ଯାଇଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟାଇ ପାରିନାହିଁ ପୋଲିସ । ଏହି ଘଟଣାରେ ପ୍ରୀତିମାନ ଓ ମାନସଙ୍କୁ ଘଟଣାସ୍ଥଳକୁ ନେଇ ପୋଲିସ କ୍ରାଇମ୍ ସିନ୍ ରିକ୍ରିଏସନ୍ କରିଥିବା ସୂଚନା ମିଳିଛି । ଆଇଜିଙ୍କ ଉପସ୍ଥିତିରେ ରାତି ଅଧରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିବା ଜଣାଡ଼ିଛି । କେମିତି ଓ କ’ଣ ଘଟିଥିଲା ସେ ବିଷୟରେ ସେଠାରେ ପୋଲିସକୁ ଡେମୋ ଦେଖାଇଥିଲେ । ସେହିପରି ଏସଡିପିଓଙ୍କ ଅଫିସରେ ପ୍ରୀତିମାନ ଓ ମାନସଙ୍କୁ ମାରାଥନ ଜେରା କରାଯାଇଥିବା ଜଣାପଡ଼ିଛି ।