ବିଶ୍ୱକପ୍ ଜିତିବା ପରେ ଚର୍ଚ୍ଚାରେ ଶେଫାଳି ବର୍ମା ଅଣ୍ଡର ନାଇଣ୍ଟିନ୍ ମହିଳା

ବିଶ୍ୱକପ୍ ଜିତିବା ପରେ ଚର୍ଚ୍ଚାରେ ଶେଫାଳି ବର୍ମା ଅଣ୍ଡର ନାଇଣ୍ଟିନ୍ ମହିଳା T-20 ବିଶ୍ୱକପ୍ ଜିତିବା ପରେ ଚର୍ଚ୍ଚାରେ ଶେଫାଳି ବର୍ମା । ତାଙ୍କ ନେତୃତ୍ୱରେ ମହିଳା ଜୁନିଅର୍ ଟିମ୍ ବିଶ୍ୱକପ୍ ହାତେଇଥିବା ବେଳେ ଶେଫାଳି ଓ ଟିମକୁ ଛୁଟିଛି ଶୁଭେଚ୍ଛାର ସୁଅ । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମଧ୍ୟ ଶେଫାଳିଙ୍କ ପରିବାରକୁ ଭେଟି ଅଭିନନ୍ଦନ ଜଣାଇଛନ୍ତି । ଅନ୍ୟପଟେ ବିଜୟ ମୁକୁଟ ପିନ୍ଧିବା ପରେ ଅତ୍ୟନ୍ତ ଭାବବିହ୍ୱଳ ହୋଇପଡ଼ିଥିଲେ ଶେଫାଳି । ଆଖିରୁ ବୋହି ଯାଇଥିଲା ଧାର ଧାର ଲୁହ … । ଦେଶ ପାଇଁ ଗର୍ବ ସାଜିଲେ ଭାରତ କୀ ବେଟି । ପ୍ରଥମ ଥର ଆୟୋଜିତ ଅଣ୍ଡର-19 ମହିଳା ବିଶ୍ୱକପରେ ଚାମ୍ପିଅନ୍ ହେଲା ଭାରତ ଭାରତୀୟ ଜୁନିଅର ମହିଳା ଟିମ୍ । ଏହି ସଫଳତା ପରେ ସବୁଠି ସେଲିବ୍ରେସନର ମାହୋଲ୍ । କେଉଁଠି ବାଜା ବାଣ ତ କେଉଁଠି ନାଚ ଗୀତ ସହ ଚାଲିଛି ବିଜୟ ଉତ୍ସବ ପାଳନ । ଫାଇନାଲ୍ ମ୍ୟାଚରେ ଇଂଲଣ୍ଡକୁ ୭ ଓ୍ୱିକେଟ୍ରେ ମାତ୍ ଦେଇ ଜୁନିଅର ମହିଳା ଟିମ୍ ଭାରତୀୟ କ୍ରିକେଟ୍ ଇତିହାସରେ ଯୋଡ଼ିଛି ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ … ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp