ବିରାଟଙ୍କ ମନ ଦୁଃଖ |
ହଜିଗଲା ବିରାଟ କୋହଲିଙ୍କ ନୂଆ ଫୋନ୍ । ଟ୍ଵିଟ୍ କରି ଦୁଃଖ ପ୍ରକାଶ କଲେ କିଙ୍ଗ କୋହଲି । ନୂଆ ଫୋନ୍ ଖୋଲି ଦେଖିବା ପୂର୍ବରୁ ହଜିଯାଇଥିବା କଥା ବିରାଟ ଟ୍ଵିଟ୍ କରି ଜଣାଇଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।
ଆସନ୍ତା ୯ ତାରିଖଠାରୁ ନାଗପୁରରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ କୋହଲିଙ୍କର ଫୋନ୍ ଚୋରି ହୋଇ ଯାଇଛି ।କୋହଲି ଟ୍ୱିଟ୍ କରି ଲେଖିଛନ୍ତି, ‘ଆପଣ ଯଦି ନୂଆ ଫୋନକୁ ଖୋଲିବା ପୂର୍ବରୁ ହଜାଇଦେବେ, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଦୁଃଖଦାୟକ ।