ବିବାହ ବନ୍ଧନରେ ଗୀତାଶା ସୁଦଙ୍କ ସହ ବାନ୍ଧି ହେଲେ ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ। ଏହି ବିବାହ ଉତ୍ସବରେ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିର୍ଣ୍ଣ କର୍ପୋରେଟ ଜଗତର ଅନେକ ସିଇଓ ଯୋଗ ଦେଇଥିଲେ । ଯାହା ଆପଣ ମାନେ ଜାଣିଥିବେ ସଫ୍ଟବ୍ୟାଙ୍କ ହେଉଛି ଏକ ଜାପାନୀ କମ୍ପାନୀ, ଯାହା ଓୟୋରେ ସବୁଠାରୁ ବଡ ନିବେଶକ ସଂସ୍ଥା। ଏହାର ସିଇଓ ମାସାୟୋଶୀ ନବଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ମଧ୍ୟ ଆସିଥିଲେ।
ସେହିପରି ଏହି ବିବାହ ଉତ୍ସବରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପେଟିଏମ୍ ସିଇଓ ବିଜୟ ଶେଖରଙ୍କ ସମେତ ଲେନ୍ସକାର୍ଟ ସିଇଓ ପୀୟୁଷ ବଂଶଲ ଭାରତ ପେ ର କୋ ଫାଉଣ୍ଡର ଅଶନିର ଗ୍ରୋବେର ମଧ୍ୟ ଯୋଗ ଦେଇଥିଲେ । ତେବେ କିଛିଦିନ ପୂର୍ବେ ରିତେଶ ଅଗ୍ରୱାଲ ତାଙ୍କ ମା’ଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ତାଙ୍କୁ ବିବାହ ଉତ୍ସବକୁ ନିମନ୍ତ୍ରଣ କରିବାର ଫୋଟୋ ଭାଇରଲ ହୋଇଥିଲା ।
ତେବେ ରାୟଗଡାରେ ମଧ୍ୟବିତ ମାରୱାଡି ପରିବାରରେ ୧୯୯୩ ମସିହାରେ ଜନ୍ମଗ୍ରହଣ କରିଥିବା ରିତେଶ ପ୍ରଥମେ ‘ଓରାଭେଲ’ନାମକ ୱେବସାଇଟ ସ୍ଥାପନ କରିଥିଲେ। ପରେ ଏହା ଓୟୋ ରୁମସ ନାମରେ ପରିଚୟ ପାଇଥିଲା।୧୯ ବର୍ଷ ବୟସରେ ଯେତେବେଳେ ରିତେଶ ରାଜସ୍ଥାନ କୋଟାରେ ଆଇଆଇଆଟି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ସେତେବେଳେ ଦିଲ୍ଲୀ ମଧ୍ୟ ଯିବାକୁ ପଡୁଥିଲା।ତେବେ ଦିଲ୍ଲୀରେ ଶସ୍ତାରେ ହୋଟେଲଟିଏ ପାଇବା ପାଇଁ ପ୍ରଚେଷ୍ଟା କରୁଥିବାବେଳେ ସେ ଉପଲବ୍ଧି କରିଥିଲେ କିଛି ନୂଆ ଅଭିଜ୍ଞତା । ସାଧାରଣ ଲୋକର ମନରେ ହୋଟେଲରେ ରହିବାକୁ ନେଇ କଣ ସବୁ ପ୍ରଶ୍ନ ଉଙ୍କି ମାରିଥାଏ ତାହାକୁ ପ୍ରଥମେ ଜାଣିବାକୁ ଚେଷ୍ଟା କରିଥିଲେ ରିତେଶ। ଏହାପରେ ଓୟୋ ରୁମସର ପରିକଳ୍ପନା କରିଥିଲେ।