ବିବାହ କରିବେ କିଆରା ଓ ସିଦ୍ଧାର୍ଥ
ବଲିଉଡ ଅଭିନେତ୍ରୀ କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ଶୈଳୀରେ ବିବାହ ହେବ।
ବଲିଉଡ ଅଭିନେତ୍ରୀ କିଆରା ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦୁହିଁଙ୍କ ବିବାହ ଫେବ୍ରୁଆରି ୬ ତାରିଖରେ ହେବ। କିଆରା ଓ ସିଦ୍ଧାର୍ଥଙ୍କ ରାଜକୀୟ ଶୈଳୀରେ ବିବାହ ହେବ। ସେଥିପାଇଁ ଦୁହେଁ ଜୋରଦାର ପ୍ରସ୍ତୁତି କରୁଛନ୍ତି। ଜୈସଲମରର ପଞ୍ଚତାରକା ହୋଟେଲ ସୂର୍ଯ୍ୟଗଡ଼ ଦୁର୍ଗରେ କିଆରା ଓ ସିଦ୍ଧାର୍ଥଙ୍କ ବିବାହ ହେବ ବୋଲି କୁହାଯାଉଛି।
ତେବେ ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ରାଜସ୍ଥାନ ଜୈଲସାଲମେରର ସୂର୍ଯ୍ୟଗଢ଼ ପ୍ୟାଲେସରେ ସିଦ୍ଧାର୍ଥ ମଲୋହୋତ୍ରା ଓ କିଆରା ଆଡବାଣୀଙ୍କ ବିବାହ ଉତ୍ସବ ହେବ । ଏଥିପାଇଁ ଦୁଇ ପରିବାର ସୂର୍ଯ୍ୟଗଢ଼ ପ୍ୟାଲେସରେ ପହଞ୍ଚିଛନ୍ତି । ଅନ୍ୟପଟେ ବିବାହ ଉତ୍ସବରେ କେଉଁ ଅତିଥି ଯୋଗଦେବେ ଏନେଇ ତାଲିକା ମଧ୍ୟ ହୋଇଛି । ଦୁହିଁଙ୍କ ଅତି ଘନିଷ୍ଠ ବନ୍ଧୁ ପରିଜନ ପାଖାପାଖି ୧୫୦ ଜଣ ଏଥିରେ ଯୋଗଦେବେ । ଅତିଥିଙ୍କ ପାଇଁ ୮୦ ଟି ରୁମ ବୁକ ହୋଇଥିବାବେଳେ ୭୦ଟି କାରର ବ୍ୟବସ୍ଥା କରାଯାଇଛି ।