ବିବାହ କରିନାହାତି କିଂତୁ ମା’ ହେବେ ଇଲିଆନା ଡି’କ୍ରୁଜ |

୨୦୧୨ ମସିହାରେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍‌ ‌ଲୋକପ୍ରିୟତା ପାଲଟିଥିଲେ ଇଲିଆନା ଡି’କ୍ରୁଜ। ସେ ଏବେ ଗର୍ଭବତୀ ଅଛନ୍ତି। ଇଲିଆନା ନିଜର ଗର୍ଭଧାରଣ ଖବରକୁ ଏକ ସୁନ୍ଦର ପୋଷ୍ଟ୍‌ ଜରିଆରେ ଘୋଷଣା କରିଛନ୍ତି।

ସେ ତାଙ୍କ ଇନଷ୍ଟାଗ୍ରାମରେ କଳା ଓ ଧଳା ରଂଗର ଏକ ଟି-ସାର୍ଟ ସେୟାର୍‌ କରିଛନ୍ତି। ସେଥିରେ ‘ଏବଂ ଏକ ନୂଆ ଆଡ୍‌ଭେଞ୍ଚର୍‌ ଆରମ୍ଭ ହେଲା’ ବୋଲି ଲେଖିଛନ୍ତି। ଏହା ସହିତ ସେ ଏକ ଲକେଟ୍‌ର ବି ‌‌କ୍ଲୋଜ୍‌ଅପ୍‌ ଫଟୋ ଦେଇଛନ୍ତି। ସେଥିରେ ‘ମାମା’ ବୋଲି ଲେଖାଯାଇଛି। ସେ ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ‘ଖୁବ୍‌ ଶୀଘ୍ର ଆସୁଛି। ତୁମକୁ ଭେଟିବାକୁ ଆଉ ଅପେକ୍ଷା କରିପାରିବି ନାହିଁ ମୋ କୁନି ଡାର୍ଲିଂ’ ବୋଲି ଲେଖିଛନ୍ତି।

ବଲିଉଡ ଅଭିନେତ୍ରୀ ଇଲିଆନା ଡି’କ୍ରୁଜ ଯାହାଙ୍କୁ ଆପଣ ନିହାତୀ ଜାଣିଥିବେ। ଯିଏକି ଗତ କିଛି ଦିନ ହେବ ବଡ ପରଦାରୁ ଦୂରରେ ଅଛନ୍ତି। କିନ୍ତୁ ସେ ନିଜ ବ୍ୟକ୍ତିଗତ ଜୀବନ ଏବଂ ସୋସିଆଲ ମିଡିଆ ପୋଷ୍ଟ ପାଇଁ ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି। ଏଥର ମଧ୍ୟ ସମାନ ଘଟଣା ଘଟିଛି। ଅଭିନେତ୍ରୀ ଆଜି ସକାଳେ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ଏହି ଲୋକପ୍ରିୟ ଅଭିନେତ୍ରୀ ଜଣକ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି।

ଇଲିଆନା ନିଜର ଗର୍ଭଧାରଣ ଖବରକୁ ଏକ ସୁନ୍ଦର ପୋଷ୍ଟ୍‌ ଜରିଆରେ ଘୋଷଣା କରିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ କଳା ଓ ଧଳା ରଂଗର ଏକ ଟି-ସାର୍ଟ ସେୟାର୍‌ କରିଛନ୍ତି। ସେଥିରେ ‘ଏବଂ ଏକ ନୂଆ ଆଡ୍‌ଭେଞ୍ଚର୍‌ ଆରମ୍ଭ ହେଲା’ ବୋଲି ଲେଖିଛନ୍ତି। ଏହା ସହିତ ସେ ଏକ ଲକେଟ୍‌ର ବି ‌‌କ୍ଲୋଜ୍‌ଅପ୍‌ ଫଟୋ ଦେଇଛନ୍ତି। ସେଥିରେ ‘ମାମା’ ବୋଲି ଲେଖାଯାଇଛି। ସେ ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ‘ଖୁବ୍‌ ଶୀଘ୍ର ଆସୁଛି। ତୁମକୁ ଭେଟିବାକୁ ଆଉ ଅପେକ୍ଷା କରିପାରିବି ନାହିଁ ମୋ କୁନି ଡାର୍ଲିଂ’ ବୋଲି ଲେଖିଛନ୍ତି।

ଅଭିନେତ୍ରୀଙ୍କୁ ଅନେକ ଲୋକ ସୋସିଆଲ୍‌ ମିଡିଆରେ ଅଭିନନ୍ଦନ ଜଣାଇ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। ଅନେକ ବ୍ୟବହାରକାରୀ ହାର୍ଟ ଇମୋଜି ଦେଇଥିବା ବେଳେ ଇଲିଆନାଙ୍କ ମାଆ ସମିରା ଡି’କ୍ରୁଜ ତାଙ୍କ ନାତି/ନାତୁଣୀଙ୍କ ଆସିବା ଖବରକୁ ନେଇ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଜଣେ ପ୍ରଶଂସକ ଲେଖିଛନ୍ତି କରିଛନ୍ତି, ‘ଓ ମାଇଁ ଗଡ୍‌, ଅଭିନନ୍ଦନ ଶିଶୁ’। ଅନ୍ୟ ଜଣେ ଲେଖିଛନ୍ତି, ‘ତୁମେ ଖୁବ୍ ସୁନ୍ଦର ମଣିଷ। ଅଭିନନ୍ଦନ।’ ତେବେ ଇଲିଆନା ବିବାହିତ ନୁହଁନ୍ତି, ତେଣୁ ଲୋକମାନେ ଶିଶୁର ପିତାଙ୍କ ବିଷୟରେ ତାଙ୍କୁ ପ୍ରଶ୍ନ ପଚାରୁଥିବାର ଦେଖାଯାଇଛି। ଗର୍ଭରେ ଥିବା ବାପା କିଏ ବୋଲି ପ୍ରଶ୍ନ କରିଛନ୍ତି କିଛି ୟୁଜର୍ସ।

ଏହାପୂର୍ବରୁ ଖବର ପ୍ରକାଶ ପାଇଥିଲା ଯେ ଇଲିଆନା ଅଷ୍ଟ୍ରେଲୀୟ ଫଟୋଗ୍ରାଫର ଆଣ୍ଡ୍ରଡ କନିବୋନଙ୍କ ସହ ସମ୍ପର୍କରେ ଥିଲେ। ଶୁଣିବାକୁ ମିଳିଥିଲା ​​ଯେ ଦୁହେଁ ପୂର୍ବରୁ ବିବାହ କରିଥିଲେ। ତେବେ ୨୦୧୯ରେ ଦୁହିଁଙ୍କ ବିଚ୍ଛେଦ ଖବର ଶୁଣିବାକୁ ମିଳିଥିଲା। ତେବେ ଜାଣିବାକୁ ମିଳିଛି ଯେ ଇଲିଆନା ଏବେ ଲଣ୍ଡନରେ ରହୁଥିବା ମଡେଲ ସେବାଷ୍ଟିଆନ୍ ଲୌରେଣ୍ଟ୍‌ ମାଇକେଲ୍‌ଙ୍କ ସହ ସଂପର୍କରେ ଅଛନ୍ତି। ଯିଏକି ଅଭିନେତ୍ରୀ କ୍ୟାଟ୍ରିନ୍‌ କୈଫ୍‌ଙ୍କ ଭାଇ। ସୂଚନା ଥାଉକି, ୨୦୧୨ ମସିହାରେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍‌ ‌ଲୋକପ୍ରିୟତା ପାଲଟିଥିଲେ ଇଲିଆନା।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp