ବିବାଦରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ।
ବିବାଦରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ। ଯୌନ ଶୋଷଣ ମାମଲାରେ ଛନ୍ଦି ହୋଇଛନ୍ତି ସୌରିନ ଭଟ୍ଟ। ଏନେଇ ସୌରିନଙ୍କୁ ଗିରଫ ପାଇଁ କଲିକତା ଯାଇଥିଲା କଟକ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ । ସୌରିନଙ୍କ କଲିକତା ବାସଭବନଠାରେ ପହଞ୍ଚି ଥିଲା ଓଡିଶା ପୋଲିସ୍ । କିନ୍ତୁ ବାସଭବନରେ ନଥିଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ | ଏନେଇ ସୌରିନଙ୍କ ପରିବାର ଲୋକଙ୍କୁ ପଚରାଉଚରା କରି ଥିଲା ପୋଲିସ୍ । ସୌରିନ ଦିଲ୍ଲୀରେ ଥିବାରୁ ଯୋଗାଯୋଗ କରାଯାଇପାରି ନଥିଲା ।ସେଠାରେ ସୌରିନଙ୍କୁ ନ ପାଇ ଖାଲି ହାତରେ ଫେରି ଆସିଥିଲା କଟକ ପୋଲିସ୍ |ଏହାପରେ ଆଗୁଅ ଯାମିନି ପାଇଁ ହାଇକୋଟରେ ଆବେଦନ କରିଛତି ସୌରିନ |
ଅଭିଯୋଗ ଅନୁସାରେ, କଟକ ଜଗତପୁରର ଜଣେ ଯୁବତୀଙ୍କ ସହ ଦିର୍ଘ ୮ ବର୍ଷ ଧରି ସମ୍ପର୍କ ରଖିଥିଲେ ସୌରିନ୍ । ସୌରିନ ବିବାହିତ ବୋଲି ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କ ସହ ସମ୍ପର୍କ ତୁଟାଇବା ସହିତ ଦୂରେଇ ଯାଇଥିଲେ । ମାତ୍ର ଏଥିରେ ରାଗି ଯାଇଥିଲେ ସୌରିନ୍ । ଅନ୍ତରଙ୍ଗ ମୂହୁର୍ତ୍ତର କିଛି ଫଟୋ ଓ ଭିଡିଓ ଦେଖାଇ ଯୁବତୀଙ୍କୁ ତାଙ୍କ ସହ ପୁଣି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଥିଲେ । ପୀଡ଼ିତା ବିରୋଧ କଲେ ତାଙ୍କୁ ଅମାନୁଷିକ ଭାବେ ମାଡ଼ ମାରୁଥିଲେ। ଗଲା ଏପ୍ରିଲ ମାସରେ ସେ ଯୁବତୀ ଜଣଙ୍କୁ ମହନଦୀରେ ଠେଲି ମାରିଦେବାକୁ ବି ଉଦ୍ୟମ କରିଥିଲେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ଏଭଳି ସଂଗିନ ଅଭିଯୋଗ ନେଇ ପୀଡ଼ିତା ଜଣକ କଟକ ମହିଳା ଥାନାରେ ଫେରାଦ ଦେଇଥିଲେ । ପୋଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇଥିଲା ପୋଲିସ । ସେପଟେ ସୌରିନଙ୍କୁ ଧରିବା ପାଇଁ କଟକ ଏକ ପୋଲିସ୍ ଟିମ୍ କଲିକତା ସ୍ଥିତ ବାସଭବନକୁ ଯାଇଥିଲା ବେଳେ ।ଏହାପରେ ଆଗୁଅ ଯାମିନି ପାଇଁ ହାଇକୋଟରେ ଆବେଦନ କରିଛତି ସୌରିନ |