ବିନା ଦୋଷରେ ପୋଲିସ ଡରାଉଛି।
ରାସ୍ତାରେ ପିଶିଆର ରହିଲେ କଟିବନି ଚାଲାଣ । ହେଲେ ରାସ୍ତାରେ ଜନ ସାଧାରଣଙ୍କ ବାଇକ୍ ଥିଲେ ପୋଲିସ ଅଧିକାରୀ ଜୋର୍ ଜବର୍ ଦସ୍ତ ଡରାଇ ଧମକାଇ କାଟିବେ ଚାଲାଣ । ଏ ହେଉଛି ମୋ ପୋଲିସ ଅଭିଯାନର ବାସ୍ତବ ଚିତ୍ର । ସରକାର କହୁଛନ୍ତି ଜନ ସାଧାରଣ ପୋଲିସଙ୍କୁ ଭୟ ନକରି ପୋଲିସ ଜନ ସାଧାରଣଙ୍କୁ ବନ୍ଧୁ ଭଳି ବ୍ୟବହାର କରି ସେମାନଙ୍କ ସମସ୍ୟାକୁ ସମାଧାନ କରିବ । ହେଲେ ଏଠାରେ ଏକ ଭିନ୍ନ ଦୃଶ୍ୟ ସାମ୍ନାକୁ ଆସିଛି ଯେଉଁଠି ଜଣେ ମହିଳା ଏସ ଆଇ ଦୁର୍ବ୍ୟବହାର କରିଥିବା ବ୍ୟବସାୟୀ ମାନେ ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଛନ୍ତି ।
ସୂଚନା ଅନୁଯାୟୀ ଖୋର୍ଦ୍ଧା ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ଏସ୍ ଆଇ ସୁନୀତା ବେହେରା ରାସ୍ତାରେ ବେଆଇନ ପାର୍କିଂ କୁ ନେଇ ଚାଲାଣ କାଟୁଥିବା ବେଳେ ଜନସାଧରଣଙ୍କ ସହ ତାଙ୍କର ସାମ୍ନା ସାମ୍ନୀ ହୋଇଥିଲା । ଆଉ ଅଭିଯୋଗ ଅନୁଯାୟୀ ମହିଳା ଏସ ଆଇ ସୁନୀତା କୁଆଡେ ସର୍ବସାଧରଣ ସ୍ଥାନରେ ଆଇନ ଜିବିଙ୍କୁ ଦୁର୍ବ୍ୟବହାର କରିବା ସହିତ ମୋବାଇଲ ଛଡ଼ାଇ ମାଡ ମାରିବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ପରିସ୍ଥିତି ଉତ୍ତେଜନା ମୂଳକ ହୋଇଥିବା ବ୍ୟବସାୟୀ ମାନେ ରାସ୍ତାରେ ଟାୟାର ଜାଳି ଧାରଣା ଦେଇଥିଲେ ।