ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ।
ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ କହିଲେ ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏବଂ ଓଡିଶାର ହଉଛି ସ୍ୱାସ୍ଥ୍ୟ କ୍ଷେତ୍ରରେ ରୂପାନ୍ତରଣ ପାଇଁ ମାର୍ଗଦର୍ଶକ ନୀତି ଓ ପ୍ରାଥମିକତା ହୋଇ ରହିଛି । ୧୫ରୁ ଅଧିକ ମେଗା ଯୋଜନା କରାଯାଇ ଥିବାଳେଲେ ଯୁଗାନ୍ତକାରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମେତ ସଂଖ୍ୟାଧିକ ଫଳପ୍ରସୂ ସ୍ୱାସ୍ଥ୍ୟସେବା ସୁଦୃଢୀକରଣ ପଦକ୍ଷେପ କାର୍ଯ୍ୟକାରୀ କରାଯିବା ଦ୍ୱାରା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଓଡିଶାର ଅଭୂତପୂର୍ବ ଅଗ୍ରଗତି ସମ୍ଭବ ହୋଇପାରିଛି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟର ବିଏସକେୱାଇ ସ୍ମାର୍ଟ କାର୍ଡଧାରୀମାନଙ୍କୁ ନିଃଶୁଳ୍କ ଚିକିତ୍ସା ସେବା ଯୋଗାଇବା ପାଇଁ ଦେଶର ୫୦୦ରୁ ଅଧିକ ଘରୋଇ ହସ୍ପିଟାଲକୁ ତାଲିତାଭୁକ୍ତ କରାଯିବା ସହିତ ସାର୍ବଜନୀନ ସ୍ୱାସ୍ଥ୍ୟସେବାର ପୁନର୍ବିନ୍ୟାସ କରାଯାଇଛି । ବର୍ତ୍ତମାନ ଏହି ତାଲିକଭୁକ୍ତ ଘରୋଇ ହସ୍ପିଟାଲ ଗୁଡିକରେ ପ୍ରତି ମାସରେ ୭୫ ହଜାର ଗୁରୁତର ଗରିବ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଏଥିପାଇଁ ସରକାର ମାସକୁ ୨୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି । ପ୍ରାୟ ୬ଲକ୍ଷ ହିତାଧିକାରୀ ଇଡି ମଧ୍ୟରେ ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ ଜରିଆରେ ୧୨୦୦ କୋଟି ଟଙ୍କାର ସହାୟତା ପାଇସାରିଲେଣି ।