ବିଧାନସଭାରେ କଳା ପୋଷାକ ପିନ୍ଧି କଂଗ୍ରେସ କଲା ପ୍ରତିବାଦ
ବିଧାନସଭା ପ୍ରଶ୍ନକାଳ ଚାଲିବାକୁ ଦେଲାନି କଂଗ୍ରେସ। ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗରେ କଳା ପୋଷାକ ପିନ୍ଧି କଂଗ୍ରେସ ବିଧାୟକମାନେ ଗୃହ ମଧ୍ୟଭାଗରେ ପ୍ରତିବାଦ ଓ ନାରାବାଜି କରିଥିଲେ ।
ମୋଦୀ ସରକାରଙ୍କ ବିରୋଧରେ ନାରାବାଜି କଲେ କଂଗ୍ରେସ ବିଧାୟକ । ଯାହା ଫଳରେ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା । ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ବାଚସ୍ପତି କହିବା ସତ୍ୱେ ଏହାକୁ ଶୁଣିନଥିଲେ କଂଗ୍ରେସ ବିଧାୟକମାନେ । ଫଳରେ ଗୋଟିଏ ମିନିଟ୍ ଯାଏଁ ମଧ୍ୟ ସ୍ୱାଭାବିକ ଭାବେ ଚାଲି ପାରିନଥିଲା । କଂଗ୍ରେସ ବିଧାୟକଙ୍କ ଲଗାତାର ନାରାବାଜି କାରଣରୁ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବି କରିଥିଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ।