ବିଧାନସଭାରେ ଅଶ୍ଳୀଳ ଭିଡିଓ ଦେଖିଲେ ବିଧାୟକ
ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲୁଥିବା ବେଳେ ଜଣେ ବିଧାୟକ ଅଶ୍ଳୀଳ ଭିଡିଓ ଦେଖିବା ଖବର ଏବେ ନଜରକୁ ଆସିଛି । ଏହି ଘଟଣାଟି ଘଟିଛି ତ୍ରିପୁରା ବିଧାନସଭାରେ । ଗୃହରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଥିବା ବେଳେ ଏହି ବିଧାୟକ ଜଣକ ନିଜ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖୁଥିବାର ନଜର ଆସିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ଏହା ଲୋକଲୋଚନକୁ ଆସିଛି । ସଦ୍ୟ ନିର୍ବାଚିତ ସରିଥିବା ତ୍ରିପୁରା ବିଧାନସଭାର ଗୃହ କାର୍ଯ୍ୟ ମାର୍ଚ୍ଚ ୨୪, ୨୭ ଓ ୨୮ ରେ ଅନୁଷ୍ଠିତ ହୋଇଥିଲା । ଏହାକୁ ଉକ୍ତ ବିଧାୟକଙ୍କ ପଛରେ ବସିଥିବା ଜଣେ ଅନ୍ୟ ବିଧାୟକ ରେକର୍ଡ କରିଥିଲେ ରେକର୍ଡରୁ ଜଣାପଡିଛି ଯେ ଗୃହରେ ବଜେଟ ଆଲୋଚନା ଚାଲିଥିବା ବେଳେ ବିଧାୟକ ଜଣକ ନିଜ ମୋବାଇଲ ଫୋନରେ ଅଶ୍ଳୀଳ ଭିଡିଓ ଦେଖୁଥିଲେ ।
ତେବେ ଉକ୍ତ ବିଧାୟକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଶ୍ରୀ ଦେବନାଥ ପ୍ରଥମ ଥର ପାଇଁ ଉତ୍ତର ତ୍ରିପୁରାର ବାଗବସା ଆସନରୁ ବିଜୟ ହୋଇଛନ୍ତି । ୫୫ ବର୍ଷ ବୟସ୍କ ଦେବନାଥ ମଧ୍ୟ ତ୍ରିପୁରା ରାଜ୍ୟ ବିଜେପିର ସମ୍ପାଦକ ଅଛନ୍ତି ।