ବିଡ଼ିଓଙ୍କ ଚାପୁଡ଼ାରେ ସଭାପତିଙ୍କ ଗାଲ ନାଲି |
ବିଡ଼ିଓ ମାନେ ବ୍ଲକ ଡେଭ୍ଲୋମେଣ୍ଟ ଅଫିସର । ଯାହାଙ୍କ ଉପରେ ଗୋଟିଏ ବ୍ଲକର ଦାୟିତ୍ଵ ଥାଏ । ଗୋଟିଏ ବ୍ଲକକୁ ସୁଚାର ରୂପେ ଚଲାଇବା ପାଇଁ ଦାୟିତ୍ଵ ନେଇଥାନ୍ତି ବିଡ଼ିଓ । ସୁସ୍ଥ ଓ ଶାନ୍ତି ମସ୍ତିଷ୍କରେ କାର୍ଯ୍ୟ କରିବା ପାଇଁ ବିଡ଼ିଓଙ୍କ ପାଖେ ଥାଏ ସମର୍ଥ । ହେଲେ ଭଦ୍ରକ ଜିଲ୍ଲା ବନ୍ତ୍ ବିଡ଼ିଓ ପ୍ରଦୀପ ସେଠୀଙ୍କ ଦୁର୍ବ୍ୟବହାର ଆଉ ନିଜ ପଦବୀର ଅପବ୍ୟବହାରକୁ ନେଇ ଦେଖା ଦେଇଛି ଉତ୍ତେଜନା ମୂଳକ ପରିସ୍ଥିତି ।
ସମସ୍ୟା ଜଣାଇଲେ ହାତ ଉଠାଇ ସାବଡ କରୁଛନ୍ତି ବିଡ଼ିଓ ପ୍ରଦୀପ ସେଠୀ । ଲୋକଙ୍କ ସମସ୍ୟାକୁ ବୁଝିବା ବଦଳରେ ଦେଖାଉଛନ୍ତି ନାଲି ଆଖି । କେବଳ ନାଲି ଆଖି ନୁହେଁ ସ୍ଥାନ କାଳ ପାତ୍ର ନ ଦେଖି ସମ୍ମୁଖରେ ମାରୁଛନ୍ତି ସ୍କୁଲ କମିଟି ସଭାପତିଙ୍କୁ ଶକ୍ତ ଚାପୁଡ଼ା । ବିଡ଼ିଓଙ୍କ ସାହସକୁ ମଧ୍ୟ ମାନିବାକୁ ପଡ଼ିବ ଗ୍ରାମବାସୀଙ୍କ ସମ୍ମୁଖରେ ସଭାପତିଙ୍କ ଗାଲରେ ଶକ୍ତ ଚାପୁଡ଼ା ମାରି ଗାଲ କରିଦେଇଛନ୍ତି ଏକ ଦମ ଲାଲ । ସୂଚନା ଅନୁଯାୟୀ ବିଦ୍ୟାଳୟରେ ଫାଇଭ୍-ଟି କାର୍ଯ୍ୟକୁ ସ୍ଥଗିତ ନ ରଖିବା ଓ ବଦଳି ହୋଇଥିବା ଶିକ୍ଷକଙ୍କୁ ପୁନଃ ଅବସ୍ଥାପିତ କରିବା ଦାବିରେ ଆଲୋଚନା ବେଳେ ବିଡ଼ିଓ ସଭାପତିଙ୍କୁ ଏପରି ମାଡ଼ ମାରିଥିବାର ସୂଚନା ମିଳିଛି । ଏଭଳି ସାଙ୍ଘାତିକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସିଆଳିଆ ବିଦ୍ୟାଳୟରେ । ଫାଇଭ୍-ଟି କାର୍ଯ୍ୟ ସ୍ଥଗିତ ହୋଇଥିବା ବେଳେ ଯାହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ବାସିନ୍ଦା । ଶିକ୍ଷକ ବଦଳି ବାତିଲ ପାଇଁ ମଧ୍ୟ ଅନୁରୋଧ କରିଥିଲେ । ତେବେ ଏହି ଘଟଣାକୁ ନେଇ ବିଡ଼ିଓ ଓ ଅନ୍ୟ ଜଣେ ଅଧିକାରୀ ସିଆଳିଆ ସ୍କୁଲକୁ ଯାଇଥିବା ବେଳେ ସ୍କୁଲ କମିଟି ସଦସ୍ୟ ଉପସ୍ଥିତ ଥିଲେ । ଏହାରି ଭିତରେ କୌଣସି କଥାକୁ ନେଇ ସ୍କୁଲ ସଭାପତି ଓ ବିଡ଼ିଓଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ବିଡ଼ିଓ ପ୍ରଦୀପ ସେଠୀ ସ୍କୁଲ କମିଟି ସଭାପତି ରଞ୍ଜନ ବାରିକଙ୍କୁ ଚାପୁଡ଼ା ମାରିଥିଲେ । ଘଟଣା ସ୍ଥଳରେ ଉତ୍ତେଜନାକୁ ଦେଖି ବିଡ଼ିଓ ଅନ୍ୟମାନେ ଘଟଣା ସ୍ଥଳରୁ ଚାଲିଯାଇଥିଲେ । ତେବେ ଏନେଇ ରଞ୍ଜନ ବାରିକ କଣ କହୁଛନ୍ତି ଆସନ୍ତୁ ନଜର ପକାଇବା ।