ବିଜେପି ବିରୋଧରେ କଂଗ୍ରେସର ରଣ ହୁଙ୍କାର ।

ରାହୁଲଙ୍କ ସାଂସଦ ପଦ ରଦ୍ଧ ହେବା ପରେ ଏକ ହୋଇଛନ୍ତି କଂଗ୍ରେସ କର୍ମୀ। ଏକ ହୋଇ ଗର୍ଜୁଛନ୍ତି କଂଗ୍ରେସ କର୍ମୀ । କାରଣ ମୋଦି ଗଣତନ୍ତ୍ରର ହତ୍ୟା କରୁଥିବା କହୁଥିବା ବେଳେ ଗଣତନ୍ତ୍ର ବଞ୍ଚାଅ ଅଭିଯାନ ଆରମ୍ଭ ହେବ ବୋଲି ସୂଚନା ମିଳୁଛି । ସାଧାରଣ ନିର୍ବାଚନର ଗୋଟିଏ ବର୍ଷ ପୂର୍ବରୁ ଏହି ପରିସ୍ଥିତି କଂଗ୍ରେସକୁ ଏକ ବଡ ଝଟକା ଦେଇଛି। ସେପଟେ କଂଗ୍ରେସ କର୍ମୀଙ୍କ କହିବା କଥା ମୋଦି ଭୟରେ ରାହୁଲ ଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି କାରଣ କଂଗ୍ରେସର ଭାରତ ଯୋଡ ଆନ୍ଦୋଳନ କେଉଁଠି ନା କେଉଁଠି ମୋଦିଙ୍କୁ ଭୟଭୀତ କରାଇଛି। ପ୍ରଥମେ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା, ତା’ପରେ ଦଣ୍ଡ ପାଇବା ଏବଂ ପରଦିନ ସଦସ୍ୟତା ବାତିଲ କରିବା ବ୍ୟକ୍ତିଗତ ଭାବେ ରାହୁଲ ଗାନ୍ଧୀଙ୍କ ରାଜନୈତିକ କ୍ୟାରିୟର ପାଇଁ ଅନେକ ପ୍ରଶ୍ନ ଵାଚି ସୃଷ୍ଟି କରୁଛି। ସେପଟେ ସଦସ୍ୟତା ପଦ ରଦ୍ଧ ହେବା ପରେ ରାହୁଲ ଟୁଇଟ କରି କହିଥିଲେ ସତ କହିଲେ ଦଣ୍ଡ ମିଳେ । କାରଣ ରାହୁଲ କହିଛନ୍ତି କି କେନ୍ଦ୍ରର କୁଆଡେ ପରମ ଶତ୍ରୁ ହେଉଛି ବିରୋଧୀ । ସତକୁ ସାମ୍ନା କରିବା ପରିବର୍ତ୍ତେ ମୁଁହ ବନ୍ଦ କରାଇ ଗଣତନ୍ତ୍ରର ହତ୍ୟା କରୁଛନ୍ତି କେନ୍ଦ୍ରସରକାର । ସେପଟେ ରାହୁଲଙ୍କ ପଦ ରଦ୍ଧ ହେବା ପରେ ଏବେ ରଣ ହୁଙ୍କାର ସବୁ ଜାଗାରେ ଆରମ୍ଭ ହୋଇଗଲାଣି । ରାହୁଲ ତୁମେ ଆଗକୁ ବଢ଼ ଆମେ ତୁମର ସାଥିରେ ଅଛୁ ନାରାରେ କମ୍ପୁଛି ସାରା ଦେଶ । ତେବେ ଆଗକୁ ଏହି ଘଟଣା କେଉଁ ମୋଡ ନେଉଛି ତାହା ଉପରେ ରହିଛି ସାରା ଦେଶ ବାସୀଙ୍କ ନଜର ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp