ବିଜେଡିର ନୂଆ ରାଜ୍ୟ କାର୍ଯ୍ୟାଳୟ ।

ଶଙ୍ଖ ଭବନର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳୀୟ ନେତା ଓ କର୍ମୀଙ୍କ ଉପସ୍ଥିତିରେ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ନବୀନ । ପ୍ରତ୍ୟେକ ଜିଲ୍ଲାରୁ ଦଳର ଛାମୁଆ ନେତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ବିଜେଡି ଗଠନ ପରଠାରୁ କ୍ୟାପିଟାଲ ହସ୍ପିଟାଲ ପାଖରେ ଦଳର ପୁରୁଣା କାର୍ଯ୍ୟାଳୟ ରହି ଆସିଥିଲା । କିନ୍ତୁ ଦୀର୍ଘ ବର୍ଷ ପରେ ଦଳର ନୂଆ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହି ନୂଆ କାର୍ଯ୍ୟାଳୟର ନିର୍ମାଣ ପାଇଁ ୨୦ ମାସ ମଧ୍ୟରେ ଏହି ଶଙ୍ଖ ଭବନ ନିର୍ମାଣ ଶେଷ ହୋଇଛି ।

୩ ମହଲା ବିଶିଷ୍ଟ ବିଜେଡିର ନବ ନିର୍ମିତ କାର୍ଯ୍ୟାଳୟରେ ପ୍ରଥମ ମହଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ସେହିଭଳି ଦ୍ୱିତୀୟ ମହଲାରେ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ପାଇଁ କାର୍ଯ୍ୟାଳୟ ଥିବା ବେଳେ ଏକ ବଡ ଅଡିଟୋରିୟମ ରହିଛି । ସେହିଭଳି ତୃତୀୟ ମହଲାରେ ଦଳର ସଭାପତିଙ୍କ ପାଇଁ ପ୍ରକୋଷ୍ଠ ରହିଛି । ଗତ ୨୦୨୧ ରଥଯାତ୍ରା ବେଳେ ଶଙ୍ଖ ଭବନ ପାଇଁ ଶୁଭ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp