ବାହାନଗା ଟ୍ରେନ୍‌ ଟ୍ରାଜେଡି: ୨୩୮ରେ ପହଞ୍ଚିଲାଣି ମୃତ୍ୟୁ ସଂଖ୍ୟା

ବାହାନଗା ଟ୍ରେନ୍‌ ଟ୍ରାଜେଡି । ଲଗାତର ଭାବେ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୩୮ରେ ପହଞ୍ଚିଥିବା ବେଳେ ୯୦୦ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଦକ୍ଷିଣ-ପୂର୍ବ ରେଲୱେ ସୂଚନା ଦେଇଛନ୍ତି।ବାହାନଗା ଟ୍ରେନ୍‌ ଟ୍ରାଜେଡି । ଲଗାତର ଭାବେ ବଢିଚାଲିଛି ମୃତ୍ୟୁ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୩୮ରେ ପହଞ୍ଚିଥିବା ବେଳେ ୯୦୦ ଆହତ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି ଦକ୍ଷିଣ-ପୂର୍ବ ରେଲୱେ ସୂଚନା ଦେଇଛନ୍ତି। ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଆହତ ଓ ଗୁରୁତର । କଟକ ଏସସିବି ସମେତ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ବି ଚାଲିଛି ।

ମୃତଦେହଗୁଡ଼ିକର ଚିହ୍ନଟ ଓ ପୋଷ୍ଟମର୍ଟମ ପ୍ରକ୍ରିୟା ଚାଲିଛି । ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାସ୍ଥଳରେ ନିୟୋଜିତ ଅଛି ୨୦୦ ଆମ୍ବୁଲାନ୍ସ । ୪୫ଟି ମୋବାଇଲ୍‌ ସ୍ୱାସ୍ଥ୍ୟ ଟିମ୍‌ ସାମିଲ ଅଛନ୍ତି । ଅତିରିକ୍ତ ୫୦ ଡାକ୍ତରଙ୍କୁ ପଠାଯାଇଛି । କଟକ ଏସସିବିରୁ ଯାଇଛନ୍ତି ୨୫ ଜଣିଆ ଡାକ୍ତରୀ ଟିମ୍‌ । ମୃତଦେହ ହସ୍ତାନ୍ତରର ତଦାରଖ ପାଇଁ ଫୋରେନସିକ ମେଡିସିନ୍‌ ବିଶେଷଜ୍ଞ ନିୟୋଜିତ ଅଛନ୍ତି । ବାରିପଦା ମେଡିକାଲ୍‌ କଲେଜ ଓ ହସ୍ପିଟାଲ ଏବଂ କଟକ ଏସସିବିରୁ ଯାଇଛନ୍ତି ବିଶେଷଜ୍ଞ ଟିମ୍‌ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp