ବାରମ୍ବାର ହତ୍ୟା ଧମକ ପରେ ଶେଷରେ ବୁଲେଟ ପ୍ରୁଫ କାର୍ କିଣିଲେ ସଲମାନ ଖାନ୍
ସଲମାନ ଖାନ କିଣିଲେ ବୁଲେଟ ପ୍ରୁଫ କାର୍ । Nissan Patrol SUV ବୁଲେଟ ପ୍ରୁଫ କାର କିଣିଲେ ସୁପରଷ୍ଟାର ସଲମାନ । ଏହି କାରରେ ସଲମାନ ବୁଲୁଥିବା ଦେଖିବାକୁ ମିଳିଛି । ସଲମାନଙ୍କ ଗାଡ଼ି ସହ ଫର୍ଚୁନର କାରରେ ତାଙ୍କ ସିକ୍ୟୁରିଟି ଗାର୍ଡ଼ ଓ ଆଉ ଏକ କାରରେ ପୋଲିସ ଅଫିସର ଯାଉଥିବା ଦେଖିବାକୁ ମିଳିଛି । ସେ ଏହାକୁ ବିଦେଶରୁ ଆଣିଥିବା ଜଣାପଡିଛି । କିଛି ଦିନ ପୂର୍ବରୁ ସଲମାନ ଖାନଙ୍କୁ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଠାରୁ ଧମକପୂର୍ଣ୍ଣ ମେଲ ମିଳିଥିଲା । ଏପରିକି ତିହାର ଜେଲ୍ରେ ବନ୍ଦୀ ଥିବା ଲରେନ୍ସ ବିଷ୍ଣୋଇ ଏକ ଇଣ୍ଟରଭ୍ୟୁରେ ସଲମାନଙ୍କୁ ହତ୍ୟା କରିବାକୁ ଚେତାବନୀ ଦେଇଥିଲା। ଏହାପରୁ ମୁମ୍ବାଇ ପୋଲିସ ପକ୍ଷରୁ ତାଙ୍କର ସୁରକ୍ଷା କଡାକଡି କରାଯାଇଛି । ସଲମାନ ମଧ୍ୟ ନିଜ ସୁରକ୍ଷା ପାଇଁ ବୁଲେଟ ପ୍ରୁଫ କାର କିଣିଥିବା ଜଣାପଡିଛି ।
ତେବେ ନିକଟରେ ବଲିଉଡ ଏହି ମେଗାଷ୍ଟାର ତାଙ୍କ ସାଥୀଙ୍କ ସହ ଏହି ବୁଲେଟ ପ୍ରୁଫ କାରରେ ଯାଉଥିବାର ଦେଖିବାକୁ ମିଳିଥିଲା। ସଲମାନ ଖାନଙ୍କୁ ଦେଖାଯାଇଥିବା Nissan Patrol SUV ବୁଲେଟ ପ୍ରୁଫ କାରଟି ବହୁତ ଷ୍ଟାଇଲିସ୍ ଏବଂ ଧଳା ରଙ୍ଗର। ଏହି ଗାଡିଟି ମୁମ୍ବାଇର ରାସ୍ତାରେ ଦେଖିବାକୁ ମିଳିଥିଲା। ସଲମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ତାଙ୍କ ନିକଟରେ ଏକ କଳା ରଙ୍ଗର ଟୋୟୋଟା ଫର୍ଚୁନର ଏବଂ ପଛରେ ମହିନ୍ଦ୍ରା ବୋଲେରୋ ନେଓରେ ପୋଲିସ କର୍ମଚାରୀ ରହିଥିଲେ।
ସଲମାନ ଖାନ କିଣିଥିବା Nissan Patrol SUV ୫.୬ ଲିଟର V8 ପେଟ୍ରୋଲ ଇଞ୍ଜିନ ଦ୍ୱାରା ଚାଳିତ ଯାହା 405hp ଏବଂ 560Nm ଟର୍କ ପ୍ରଡ୍ଯୁସ୍ କରିଥାଏ। SUV ର ବୃହତ ଇଞ୍ଜିନ୍ 7-ସ୍ପିଡ୍ ଅଟୋମେଟିକ୍ ଗିଅରବକ୍ସ ସହିତ ଆସିଛି, ଏବଂ ଏହା ଏକ ଚାରି ଚକିଆ ଡ୍ରାଇଭ୍ ସିଷ୍ଟମ ସହିତ ଷ୍ଟାଣ୍ଡାର୍ଡ ଭାବରେ ଆସିଛି। ଏହି ମଡେଲରେ ଏକ ରିୟର-ଲକିଂ ଡିଫେରିଏଲ୍ ମଧ୍ୟ ଅଛି। ଏହା ସହିତ, ୟୁଏଇ ବଜାରରେ ଏକ ଛୋଟ 4.0-ଲିଟର V6 ପେଟ୍ରୋଲ ଇଞ୍ଜିନ୍ ମଧ୍ୟ ,ଏଥିରେ ଉପଲବ୍ଧ ।
ସୂଚନା ଥାଉକି, ଗତ କିଛି ଦିନ ହେବ ବଲିଉଡର ଦବଙ୍ଗ ଷ୍ଟାର ସଲମାନ ଖାନଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ପୂର୍ବରୁ ଅନେକ ଥର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ହତ୍ୟା କରିବ ବୋଲି ଧମକ ଦେଇସାରିଥିବା ବେଳେ ସଲମାନଙ୍କର ଜଣେ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କୁ ଗତ କିଛି ଦିନ ତଳେ ଏକ ଇ-ମେଲ୍ ଜରିଆରେ ହତ୍ୟା ଧମକ ମିଳିଥିଲା। ସେହି ଇମେଲକୁ ନେଇ ଆଉ ଏକ ବଡ଼ ତଥ୍ୟ ମୁମ୍ବାଇ ପୋଲିସ ହାତରେ ଲାଗିଥିଲା। ସଲମାନଙ୍କ ସହଯୋଗୀଙ୍କ ପାଖକୁ ଯେଉଁ ଇମେଲ୍ ଆସିଥିଲା ତାହା ବ୍ରିଟେନର ଏକ ମୋବାଇଲ୍ ନମ୍ବର ସହିତ ଲିଙ୍କ୍ ଥିବା ଜଣାପଡ଼ିଥିଲା। ଏହି ସୂଚନା ପାଇବା ପରେ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।
ସଲମାନଙ୍କ ପାଖରେ ଏବେ ୱାଇ ବର୍ଗର ସୁରକ୍ଷା ଥିବା ବେଳେ ବୁଲେଟ ପ୍ରୁଫ କାର ଆସିଯାଇଛି। ବିନା କୌଣସି ସୁରକ୍ଷାକର୍ମୀଙ୍କ ସହ ତାଙ୍କୁ ବାହାରକୁ ନଯିବାକୁ କୁହାଯାଇଛି। ସଲମାନ ଏବେ ମୁମ୍ବାଇରେ ନଥିବାରୁ ତାଙ୍କ ପରିବାରର ଚିନ୍ତା ବଢ଼ିଛି। ସୁରକ୍ଷା ବଢ଼ାଯିବା ସହ ସଲମାନଙ୍କୁ କିଛି ଦିନ ସତର୍କ ରହିବାକୁ କୁହାଯାଇଛି।
