ବାପା ଓ ମା ହେବେ ଇଣ୍ଡିଆନ ଆଇଡଲ ଫେମ୍‌ ରାହୁଲ ବୈଦ ଏବଂ ଟିଭି ଅଭିନେତ୍ରୀ ଦିଶା ପରମାର।

ଟିଭି ଅଭିନେତ୍ରୀ ଦିଶା ପରମାର ଏବଂ ଇଣ୍ଡିଆନ ଆଇଡଲ ଫେମ୍‌ ରାହୁଲ ବୈଦ ଖୁବଶୀଘ୍ର ମା ବାପା ହେବାକୁ ଯାଉଛନ୍ତି । ଦୁହେଁ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ଖୁସିଖବର ଦେଇଛନ୍ତି । ଦିଶା ନିଜ ଖୁସି ଫ୍ୟାନ୍ସଙ୍କ ସହିତ ସେୟାର କରିବା ପାଇଁ ଭିନ୍ନ ଉପାୟ ବାଛିଛନ୍ତି ।ସେମାନେ ସେୟାର କରିଥିବା ଫଟୋରେ ଦିଶା ଏକ ବ୍ଲାକ କଲରରେ ଡ୍ରେସ ପିନ୍ଧିଥିବା ବେଳେ ରାହୁଲ ହାତରେ ଏକ ସ୍ଲେଟ୍‌ ଧରିଛନ୍ତି । ଏହି ସ୍ଲେଟରେ ମମି ଆଣ୍ଡ ଡାଡି ଲେଖାଯାଇଛି । ଫ୍ୟାନ୍ସ ଏହି ଫଟୋକୁ ଦେଖି ପ୍ରତିକ୍ରିୟା ମଧ୍ୟ ଦେଇ ଶୁଭେଚ୍ଛା ଜଣାଉଛନ୍ତି । ଗର୍ଭବତୀ ହେବା ଖବର ଦେବା ସହିତ ଅଲଟ୍ରାସାଉଣ୍ଡ ଫଟୋ ମଧ୍ୟ ସେୟାର କରି ଭିଡିଓ ମଧ୍ୟ ଦେଇଛନ୍ତି । ଯେଉଁଥିରେ ଆପଣ ମଧ୍ୟ ପିଲାଟିକୁ ଦେଖିପାରିବେ ।

ଦିଶା ପରମାର ଫ୍ୟାନ୍ସଙ୍କ ସହିତ ଖୁସି ବାଣ୍ଟିବାର ଏକ ନିଆରା ଉପାୟ ଖୋଜିଛନ୍ତି । ଦିଶା କିଛି ଫଟୋ ଏବଂ ସୋନୋଗ୍ରାଫି ଭିଡିଓ ସେୟାର କରିଛନ୍ତି । ଫ୍ୟାନ୍ସ ସେଲିବ୍ରିଟିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଜସ୍ମିନ ଭାସିନ, ଅନୀତା ହସନନ୍ଦାନୀ, ଭାରତୀ ସିଂ, ମୌନୀ ରାୟ ଏବଂ ଅଲ୍ଲୀ ଗୋନୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।ରାହୁଲ ବୈଦ ୨୦୨୧ରେ ଟ୍ଵିଟର ସେସନରେ ଏହି ଇଚ୍ଛା ପ୍ରକାଶ କରିଥିଲେ । ଏହା ସହିତ ଝିଅ ମାନେ ସବୁଠୁ ଭଲ ବୋଲି ମଧ୍ୟ ରାହୁଲ କହିଥିଲେ । ଦୁହେଁ ୨୦୨୧ ଜୁଲାଇରେ ବିବାହ କରିଥିଲେ । ରାହୁଲ ଦିଶାଙ୍କୁ ବିଗବସ୍‌ ୧୪ରେ ପ୍ରପୋଜ କରିଥିଲେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp