ବାତ୍ୟା ବିପର୍ଯ୍ୟୟ ହେଲା ଗୁଜରାଟ ମୁହାଁ |

ବାତ୍ୟା ବିପର୍ଯ୍ୟୟ ହେଲା ଗୁଜରାଟ ମୁହାଁ |ପୂର୍ବ-କେନ୍ଦ୍ରୀୟ ଆରବ ସାଗରରେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇଛି ‘ବିପର୍ଯ୍ୟୟ’ । ଏବେ ଗୁଜରାଟ ମୁହାଁ ହେଉଛି ବାତ୍ୟା ବିପର୍ଯ୍ୟୟ । ଗୁରୁବାର ସଂଧ୍ୟାରେ ଗୁଜରାଟର କଚ୍ଚ ଓ ପାକିସ୍ଥାନର କରାଚି ଉପକୂଳରେ ମାଡ଼ ହେବା ସମ୍ଭାବନା ରହିଛି । ଗତ ୬ ଘଣ୍ଟା ହେଲା ଏହା ୧୦ କିଲୋମିଟର ବେଗରେ ଗତି କରୁଛି ।ଏବେ ବିପର୍ଯ୍ୟୟ ପୋରବନ୍ଦରଠାରୁ ୩୦୦ କିଲୋମିଟର, ଦେବଭୂମି ଦ୍ୱାରିକାଠାରୁ ୨୯୦, ଜଖଉ ପୋର୍ଟରୁ ୩୪୦ ଓ କରାଚିଠାରୁ ୪୮୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି । କାଲି ସକାଳ ବେଳକୁ ଏହା ଉତ୍ତର ଦିଗରେ ଗତି କରି ମୋଡ ବଦଳାଇବ ।

ବାତ୍ୟା ପାଇଁ କଚ୍ଚ ଓ ସୌରାଷ୍ଟ୍ର ଉପକୂଳରେ ୧୪୪ ଧାରା ଜାରି କରାଯାଇଛି । ଏନଡିଆରଏଫ ଟିମ୍ ମଧ୍ୟ ମୁତୟନ ହୋଇଛନ୍ତି । ବାତ୍ୟା ପାଇଁ ମୁମ୍ବାଇର ସମୁଦ୍ର କୂଳ ଅସାନ୍ତ ଥିବା ଦେଖିବାକୁ ମିଳିଛି । ସମୂଦ୍ର ଲହଡି ପ୍ରବଳ ଜୋରରେ ହେଉଛି । ଏବେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇଥିବା ବିପର୍ଯ୍ୟୟ ଗୁରୁବାର ବେଳରୁ ଅତି ଭୀଷଣ ବାତ୍ୟା ଭାବରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp