ବାଙ୍କୀ ବ୍ଲକରେ ବହୁ ଆଡମ୍ବରରେ ଝାମଯାତ୍ରା ଅନୁଷ୍ଠିତ ହୋଇଯାଇଛି |

କଟକ ଜିଲ୍ଲା ବାଙ୍କୀ ବ୍ଲକ ବରପୁଟ ପଞ୍ଚାୟତ ପଶାଣିଆ ଗ୍ରାମରେ ବହୁ ଆଡମ୍ବର ପୂର୍ଣ୍ଣ ଭାବେ ଝାମଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳା ଠାକୁରାଣୀ ଓ ଦୁର୍ଗା ଠାକୁରାଣୀ ଙ୍କୁ ମନ୍ଦିରରୁ ପୁର୍ବ ନିର୍ଦ୍ଧାରିତ ରୀତିନୀତି ଅନୁଯାୟୀ ପୂଜାପାଠ କରାଯିବା ଘଣ୍ଟ ଘଣ୍ଟା କାହାଳୀ ମୃଦଙ୍ଗ ବାଦନ କରି ପୂଜକ ଓ ସେବାୟତ ମାନେ ପାଛୋଟି ଆଣି ଥାନ୍ତି । ଗ୍ରାମ ମୁଣ୍ଡରେ ଥିବା ଏକ ପଡିଆ ନିକଟରେ ପଣା କୁଣ୍ଡ କରାଯାଇ ଅଗ୍ନି ସ୍ଥାପନ କରା ଯାଇଥାଏ । ମାନସିକ ଧାରୀ ଓ ବ୍ରତୀ ମାନେ ୫୧ ଫୁଟ ର ନିର୍ମିତ ଝାମୁ ଗାଡ଼ରେ ଅଗ୍ନି ସ୍ଥାପନା କରାଯାଇଥିବା ନିଆଁ ରେ ଚାଲିଥାନ୍ତି । ଏହି ଯାତ୍ରା ଦେଖିବାକୁ ଗ୍ରାମ ତଥା ଆଖ ପାଖ ଅଂଚଳର ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ଉପୋଭୋଗ କରିଥାନ୍ତି ।ରେ ବର୍ଷା । ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp