ବାଏ ନାଓ ପେ ଲେଟର ସର୍ଭିସ ଯୋଗାଇ ଦଉଛି ଆପଲ୍‌ ଆଇଫୋନ

ଆଇଫୋନ ବାହାର କଲା ବାଏ ନାଓ ପେ ଲେଟର ସର୍ଭିସ। ୟୁଜର୍ସଙ୍କୁ ଆହୁରି ଆକର୍ଷିତ କରିବା ପାଇଁ କମ୍ପାନୀ ତରଫରୁ ଏହି ସୁବିଧାକୁ ବାହାର କରାଯାଇଛି। ଯେମିତି ୟୁଜର୍ସ ଆଇଫୋନର ସବୁ ପ୍ରଡକ୍ଟକୁ ଖୁବ ଆରାମରେ କିିଣିପାରିବେ। ବଜେଟକୁ ନେଇ ଯେମିତି କିଛି ବି ଅସୁବିଧା ରହିବ ନାହିଁ। ଯେଉଁମାନେ ଆଇଫୋନ କିଣିବାକୁ ଇଚ୍ଛା ରଖିଛନ୍ତି କିନ୍ତୁ ମହଙ୍ଗା ଦର କାରଣରୁ ଏହାକୁ କିଣି ପାରୁ ନାହାନ୍ତି। ତେବେ ସେମାନଙ୍କ ପାଇଁ ଖୁସି ଖବର। ଏବେ ଆଇଫୋନ ବନାଉଥିବା କମ୍ପାନୀ ଆପଲ ମଧ୍ୟ ବାଏ ନାଓ ପେ ଲେଟର ସର୍ଭିସ କୁ ଲଞ୍ଚ କରିଛି। ଏହା ଏକ ପ୍ରକାର କ୍ରେଡିଟ ସର୍ଭିସ। ଯେଉଁଥିରେ ୟୁଜସ ପ୍ରଥମେ ଆଇଫୋନ କିଣିବେ ଓ ପରେ ଟଙ୍କାର ଭୁଗତାନ କରିବେ। ଆପଲ ମଙ୍ଗଳବାର କୁ ନିଜ ନୂଆ ଫାଇନାସିଆଲ ସର୍ଭିସ ଆପଲ୍‌ ପେ କୁ ଲଞ୍ଚ କରିଛି। ଏହି ସର୍ଭିସ ଜରିଆରେ ୟୁଜର୍ସ ଆଇଫୋନ କୁ ଏବେ ବିନା ଟଙ୍କାରେ କିଣିପାରିବେ। ଆଉ ତାହାର ପେମେଣ୍ଟ ବା ଭୁଗତାନ ତାଙ୍କୁ ୪ଟି କିସ୍ତି ଆକାରରେ କରିବାକୁ ହେବ। ଏହି ସ୍କିମରେ ଆପଲ ର ଫୋନ ବିକ୍ରି ବୃଦ୍ଧି ହେବ ବୋଲି ଆଶା ରହିଛି।

ଏବେ ଜାଣନ୍ତୁ ବାଏ ନାଓ ପେ ଲେଟର ସର୍ଭିସ କଣ?

ଏହି ସର୍ଭିସ ଏକ ଲୋନ ପ୍ରକ୍ରିୟା। ଏଥିରେ ୟୁଜର୍ସ ଙ୍କୁ ପ୍ରଥମେ ପ୍ରଡକ୍ଟ ମିିଳିଯିବ। ପରେ ୟୁଜର୍ସ ଏହାର ପେମେଣ୍ଟ କିସ୍ତି ଆକାରରେ କରିପାରିବେ। ଆକ୍ୟୁମେସନ ରାଶି ଦେଇ ପ୍ରତ୍ୟେକ ଏବେ ଆଇଫୋନର ମଜା ଉଠାଇପାରିବେ। ସବୁଠୁ ବଡ଼ କଥା ହେଲା ଏହି ସର୍ଭିସ ରେ ଲୋକଙ୍କଠୁ କୌଣସି ପ୍ରକାର ସୁଧ କିମ୍ବା ଅନ୍ୟ କିଛି ଚାର୍ଜ ନିଆଯିବ ନାହିଁ। ଆପଲ ୟୁଜର୍ସଙ୍କୁ ଏହା ୪ଟି କିସ୍ତି ଆକାରରେ ଟଙ୍କା ସୁଝିବାକୁ ହେବ। ଯଦି ଆପଣ ୧ ଲକ୍ଷ ଟଙ୍କାର କୌଣସି ଆଇଫୋନ କିଣୁଛନ୍ତି ତେବେ ଆପଣ ଏହାକୁ ୨୫ ହଜାର ର ୪ଟି କିସ୍ତି ଦେଇ ସୁଝି ପାରିବେ। ତେବେ ଏଥିପାଇଁ ଆପଲ ଏକ ଟାଇମସେଟ ରଖିଛି। ମାନେ ଏହାରି ମଧ୍ୟରେ ଆପଣଙ୍କୁ କିସ୍ତି ସୁଝିବାକୁ ହେବ। ଆପଣ ପ୍ରଡକ୍ଟ ନେବାର ୬ ସପ୍ତାହ ମଧ୍ୟରେ ମାନେ ପାଖାପାଖି ୪୫ ଦିନ ଭିତରେ ଏହାକୁ ଦେବାକୁ ପଡ଼ିବ।

ଲୋନ ନେବାର ସର୍ତ୍ତ:

ଏହି ସ୍କିମର ଫାଇଦା ଉଠାଇବା ପାଇଁ ସବୁଠୁ ପ୍ରଥମେ ଆପଣଙ୍କୁ ଅନେକ ସର୍ତ୍ତ ମାନିବାକୁ ହେବ। ଏହି ସର୍ଭିସ ର ଲାଭ ସେମାନେ ଉଠାଇପାରିବେ ଯେଉଁମାନଙ୍କ କ୍ରେଡ଼ିଟ ସ୍କୋର ଭଲ ଥିବ। ମାନେ ଆପଣ ଯେଉଁ ଲୋନ ନେଉଛନ୍ତି ତାହାକୁ ସୁଝିବା ପାଇଁ ଆପଣଙ୍କ କ୍ଷମତା କେତେ , ଏହାକୁ ଦେଖି ଆପଲ ଆପଣଙ୍କୁ ଲୋନ ଦେବ। ଏହାପରେ ୟୁଜର୍ସ ଆଇଫୋନ ଓ ଆଇପ୍ୟାଡ କୁ ଅନଲାଇନ କିଣିବା ସମୟରେ ବାଏ ନାଓ ପେ ଲେଟର ସର୍ଭିସର ଫାଇଦା ଉଠାଇପାରିବେ। ଏହି ସ୍କିମରେ ୟୁଜର୍ସ ଙ୍କୁ ୪୧୧୩ ଟଙ୍କାରୁ ଆରମ୍ଭ କରି ୮୨,୨୭୧ ଟଙ୍କାର ଋଣ ମିଳିବ। ଏହି ସର୍ଭିସ କୁ ଆପଲ ପେ ଜରିଆରେ ପାଇପାରିବେ। ଏହାବ୍ୟତିତ ଅନଲାଇନ ଓ ଆପ୍‌ ରୁ ଆଇଫୋନ ଓ ଆଇପ୍ୟାଡ କିଣିବା ପରେ ବାଏ ନାଓ ପେ ସର୍ଭିସର ଲାଭ ଉଠାଇପାରିବେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp