ବର ଯାଉଛି ଦେଖ ଶଗଡ଼ ଗାଡ଼ିରେ ।
ସମୟ ସହିତ ମଣିଷ ବଦଳୁଛନ୍ତି ।ହଜିଯାଉଛି ପୁରୁଣା ପରମ୍ପରା । ନା ଏବେ ଆଉ ଦେଖିବାକୁ ମିଳୁଛି ଶଗଡ଼ ଗାଡ଼ି । ନା ଏବେ ଅଛନ୍ତି ଶଗଡ଼ିଆ । ଏବେ ବର ଆଉ ଯାଉ ନାହାଁନ୍ତି ଶଗଡ଼ ଗାଡ଼ିରେ କି ନୂଆ ବୋହୂ ଆସୁନି ଫୁଲରେ ସଜ୍ଜିତ ସବାରୀରେ । ଏ ଆଧୁନିକ ଯୁଗରେ ମଣିଷ ଯେତେବେଳେ ଚନ୍ଦ୍ର ପୃଷ୍ଠରେ ଘର କରିବାକୁ ବସିଲାଣି । ସବୁ ଅସମ୍ଭବକୁ ସମ୍ଭବ କରିବାକୁ ଲାଗିଲାଣି । ରାତିରେ ଦିନ ଦେଖିବାକୁ ଚାହିଲାଣି। ସେତେବେଳେ ଶଗଡ଼ ଗାଡ଼ିରେ ବର୍ ଆସିବା କଥା ସମସ୍ତଙ୍କୁ ନିହାତି ଭାବେ ଲାଜ ଲାଗିବ । ଆଉ ଏମିତିରେ ଆଜିର ଯୁବ ପୀଢ଼ି ଶଗଡ଼ ଗାଡ଼ି କଣ ତାହା ମଧ୍ୟ କିଛି ପ୍ରତିଶତ ପିଲା ଜାଣି ନଥିବେ ।
ବିବାହ ବେଳେ ଡିଯେ ସାଉଣ୍ଡ ଯାହା ଛାତିରେ ମୃଦୁ ଭୂମିକମ୍ପ କରୁଥିବ ତାର ଡିମାଣ୍ଡ ଏବେ ବେଶ୍ ଅଧିକ ରହିଛି । ଆଉ ରଥ ଗାଡ଼ିରେ ବର ବସି କନିଆ ଘରକୁ ଯିବାକୁ ଜିଦ୍ ଧରୁଛି । ସେ ଯୁଗ ଆଉ ନାହିଁ ଯେତେବେଳେ ବର ଶଗଡ଼ ଗାଡ଼ିରେ ବର ହୋଇ ଯାଇ କନିଆ ଘରେ ପହଞ୍ଚୁ ଥିଲା । ସେ ସମୟ ଆଉ ନାହିଁ ପାଲିଙ୍କିରେ ଝୁଲି ଝୁଲି ବର ବାହା ହେବାକୁ କନିଆ ଘରକୁ ଯାଉଥିଲା । ସେ ସମୟ ଅତି ବାହିତ ହୋଇଯାଇଥିବା ବେଳେ ସେ ସମୟର ସେହି ପ୍ରାକୃତିକ ବା ଆମ ପରମ୍ପରା ଇତିହାସ ହୋଇ ରହିଯାଇଛି ।
ହେଲେ ଦର୍ଶକ ବନ୍ଧୁ ବର୍ତ୍ତମାନ ସେହି ହଜିଲା ଅତୀତକୁ ଯାଇ ଇତିହାସ ପୃଷ୍ଠାରେ ସାଇତା ହୋଇ ରହିଯାଇଥିବା ଆମ ପରମ୍ପରାକୁ ପୁଣିଥରେ ମନେ ପକାଇ ଦେଇଛନ୍ତି ଏହି ଦୁଇ ଦମ୍ପତ୍ତି । ହଁ ଆଜ୍ଞା ନିଆରା ଢଙ୍ଗରେ ବିବାହ କରି ଚର୍ଚ୍ଚାରେ ଏହି ନବ ବିବାହିତା ଦମ୍ପତ୍ତି । ଦର୍ଶକ ବନ୍ଧୁ ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ କୁଡୁତାଇ ପଞ୍ଚାୟତ ବାଙ୍କତରା ଗ୍ରାମର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ର ଙ୍କ ବାହାଘର କଥା ।ଗତ ଆଠ ତାରିଖରେ ମହେନ୍ଦ୍ରଙ୍କ ବାହାଘର ବାଙ୍କତରା ଗ୍ରାମରେ ହୋଇଥିଲା।ଉଭୟ ମହେନ୍ଦ୍ର ଓ ସରିତା ଗୋଟିଏ ଶ୍ରେଣୀରେ ପଢୁଥିଲେ।ଉଚ୍ଚ ଶିକ୍ଷିତ ହେବା ପରେ ଉଭୟେ ଭୁବନେଶ୍ୱର ରେ ରହି ଘରୋଇ କମ୍ପାନୀରେ କାମ କରନ୍ତି।ଘରଲୋକଙ୍କ ସହମତିରେ ଉଭୟେ ବିବାହ କରିଛନ୍ତି।ମହେନ୍ଦ୍ରଙ୍କ ମା ତାଙ୍କରି ସମୟରେ ବଳଦ ଗାଡ଼ିରେ ବସି ଶାଶୁ ଘରକୁ ଆସିଥିଲେ।ସେହି ଅନୁଭୂତି କୁ ସାଉଁଟିବାକୁ ଯାଇ ମହେନ୍ଦ୍ର ଏପରି ନିଷ୍ପତି ନେଇଛନ୍ତି।
ମହେନ୍ଦ୍ର ଙ୍କ କଥାରେ ସରିତା ରାଜି ହୋଇଥିଲେ ।ବିବାହ ଦିନ ବଳଦ ଗାଡ଼ି କୁ ଆଣି ସେଥିରେ ରଙ୍ଗ ଝୁଟି ଆଙ୍କି ବାଉଁଶ ରେ ଘର ତିଆରି କରିବା ପରେ ଫୁଲରେ ସଜେଇ କରାଯାଇଥିଲ। ବୋହୂ ଡାକରା ରେ ଶଗଡ଼ ଗାଡ଼ି ଯାଇଥିଲା ସେଥିରେ ବସି ସରିତା ନିଜ ଶାଶୁ ଘରକୁ ଆସିଥିଲେ ।ବରଯାତ୍ରୀଙ୍କୁ ଧରି ବର ମଧ୍ୟ ଘୋଡ଼ା ରେ ବସି ଦାଣ୍ଡ ବୁଲିଥିଲେ ।ଏଭଳି ଏକ ନିଆରା ବାହାଘର କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଥିବା ବେଳେ ସାଙ୍ଗସାଥୀ ଓ ପରିବାର ବର୍ଗ ବହୁତ୍ ଖୁସି ଅଛନ୍ତି।