ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କର ବାହାଘର |
ସରିଲା ନିର୍ବନ୍ଧ ଆଗକୁ ହେବ ବାହାଘର । ନିଜ କାମ ପାଇଁ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କର ଗତକାଲି ଶୁକ୍ରବାର ଦିନ ହାଇଦ୍ରାବାଦରେ ନିର୍ବନ୍ଧ ଶେଷ ହୋଇଛି। ଏହି ସମାରୋହରେ ଅଲୁ ଅର୍ଜୁନ, ରାମ ଚରଣ ଏବଂ ପତ୍ନୀ ଉପସାନା କୋନିଡେଲା ଏବଂ ବରୁଣଙ୍କ ମାମୁଁ ତଥା ମେଗାଷ୍ଟାର ଚିରଞ୍ଜୀବୀ ଉପସ୍ଥିତ ଥିଲେ ।
ସରିଲା ନିର୍ବନ୍ଧ ଆଗକୁ ହେବ ବାହାଘର । ନିଜ କାମ ପାଇଁ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀଙ୍କର ଗତକାଲି ଶୁକ୍ରବାର ଦିନ ହାଇଦ୍ରାବାଦରେ ନିର୍ବନ୍ଧ ଶେଷ ହୋଇଛି । ଏହି ସମାରୋହରେ ଅଲୁ ଅର୍ଜୁନ, ରାମ ଚରଣ ଏବଂ ପତ୍ନୀ ଉପସାନା କୋନିଡେଲା ଏବଂ ବରୁଣଙ୍କ ମାମୁଁ ତଥା ମେଗାଷ୍ଟାର ଚିରଞ୍ଜୀବୀ ଉପସ୍ଥିତ ଥିଲେ । ବିବାହ ସମାରୋହରର ଫଟୋ ଗୁଡିକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ବରୁଣ । ସେ ଫଟୋ ଗୁଡ଼ିକ ସେୟାର କରି ଏହାର କ୍ୟାପସନ୍ ଦେଇଛନ୍ତି,ଦୀର୍ଘ ଦିନ ଧରି ବରୁଣ ତେଜ ଏବଂ ଲାଭନ୍ୟା ତ୍ରିପାଠୀ ପରସ୍ପରକୁ ଡେଟିଂ କରୁଥିବା ଶୁଣିବାକୁ ମିଥିଲା। ତଥାପି, ସେମାନଙ୍କ ମଧ୍ୟରୁ କେହି ସେମାନଙ୍କ ସମ୍ପର୍କକୁ ଅସ୍ୱୀକାର କିମ୍ବା ଗ୍ରହଣ କରୁନଥିଲେ । ବହୁ କଳ୍ପନାଜଳ୍ପନା ପରେ ଶେଷରେ ଏହି କପଲ୍ ନିଜ ନିଜ ପରିବାର ସଦସ୍ୟଙ୍କ ମାଧ୍ୟମରେ ଗୁରୁବାର ଦିନ ବିବାହ ବନ୍ଧନରେ ଆବଦ୍ଧ ହେବା ନେଇ ଘୋଷଣା କରିଥିଲେ ।
ବରୁଣ ତେଜ ଅଭିନେତା-ନିର୍ମାତା ନାଗେନ୍ଦ୍ର ବାବୁଙ୍କ ପୁଅ। ସେ ଚିରଞ୍ଜୀବ ଏବଂ ପୱନ କଲ୍ୟାଣଙ୍କ ଭଣଜା । ୨୦୧୨ ଚଳଚ୍ଚିତ୍ର ଆଣ୍ଡାଲା ରାକ୍ଷସୀ ମାଧ୍ୟମରେ ଲାଭନ୍ୟା ତ୍ରିପାଠୀ ତେଲୁଗୁ ସିନେମାରେ ପ୍ରବେଶ କରିଥିଲେ । ନିଜର ନିଖୁଣ କଳା ପାଇଁ ସେ ଖୁବ୍ ଶୀଘ୍ର ଦର୍ଶକଙ୍କର ନିକଟର ହୋଇପାରିଥିଲେ । ବରୁଣ ତେଜ ବି ନିଜର ଅଭିନୟ ପାଇଁ ବେଶ୍ ଜଣାଜଣା ।