ବନ୍ଧୁକ ମୁନରେ ଲୁଟିନେଲେ ୨ ଲକ୍ଷ ଟଙ୍କା |
ରାଜଧାନୀ ଦିଲ୍ଲୀରେ ବନ୍ଧୁକ ମୁନରେ ଲୁଟ୍ । ଇଣ୍ଡିଆ ଗେଟକୁ ରିଙ୍ଗ ରୋଡ ସହ ଯୋଡିଥିବା ପ୍ରଗତି ମଇଦାନ ଟନେଲରୁ ଏଭଳି ଏକ ଘଟଣା ଏବେ ଦିଲ୍ଲୀରେ ଚର୍ଚ୍ଚା ସୃଷ୍ଟି କରିଛି । ବନ୍ଧୁକ ମୁନରେ ଡେଲିଭରି ଏଜେଣ୍ଟଙ୍କ ଠାରୁ ୨ ଲକ୍ଷ ଲୁଟିନେଲେ ଲୁଟେରା । ଡେଲିଭରି ଏଜେଂଟ ଜଣଙ୍କ ପଇସା ଭର୍ତ୍ତି ବ୍ୟାଗ ନେଇ ଏକ କାରରେ ଗୁରଗାଓଁ ଯାଉଥିଲେ । ଭିଡିଓରେ ସ୍ପଷ୍ଟ ଜଣାପଡୁଛି ପ୍ରଥମେ ଗୋଟିଏ ବାଇକରେ ୨ ଜଣ ବ୍ୟକ୍ତି କାର୍ ସାମ୍ନାରେ ଗାଡି ରଖି ପ୍ରଥମେ କାରକୁ ଅଟକାଉଛନ୍ତି ।
ଆଉ ପରେ ଆଉ ଏକ ବାଇକ୍ ରେ ଆସୁଥିବା ଯୁବକ କାରରେ ଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଭର୍ତ୍ତି ବ୍ୟାଗକୁ ଝାମ୍ପୁଛନ୍ତି । ସେଇପରି ପ୍ରଥମ ବାଇକରେ ଆସିଥିବା ଲୁଟେରା ବନ୍ଧୁକ ଦେଖାଇ ଡେଲିଭରି ଏଜଂଟଙ୍କୁ ଡରେଇରଖିଥିଲେ । ଯାହାଫଳରେ ଟଙ୍କା ଦେବା ପାଇଁ ବ୍ୟକ୍ତି ଜଣକ ବାଧ୍ୟ ହୋଇଥିଲେ । ତେବେ ଏହି ସମୟର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଘଟଣାରେ ତିଲକ୍ ମାର୍ଗ ପୋଲିସ୍ ଷ୍ଟେସନରେ ଏକ ମାମଲା ଦାଖଲ ହୋଇ ତଦନ୍ତ ଆର