ବନ୍ଧନରେ ବାନ୍ଧିହେବେ ପରିଣୀତି ଚୋପ୍ରା |

ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ସହ ସେ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପରିଣୀତି ଓ ରାଘବଙ୍କ ଭିତରେ ସମ୍ପର୍କ ଥିବାକଥା ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା । ଏପ୍ରିଲ ପ୍ରଥମ ସପ୍ତାହରେ ଉଭୟଙ୍କ ରିଂ ସେରେମୋନି ହେବାକୁ ଯାଉଛି ।ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍‌ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ସହ ସେ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରାଘବ ଓ ପରିଣୀତିଙ୍କୁ ପ୍ରାୟ ସମୟରେ ଏକାଠି ଦେଖିବାକୁ ମିଳିଛି । ଏହାସହ ସୋସିଆଲ ମିଡିଆରେ ସେମାନଙ୍କ ଯୁଗଳ ଫଟୋ ବହୁବାର ଭାଇରାଲ ହୋଇଛି । ପରିଣୀତି ଓ ରାଘବଙ୍କ ଭିତରେ ସମ୍ପର୍କ ଥିବାକଥା ପୂର୍ବରୁ ଚର୍ଚ୍ଚା ହୋଇ ଆସୁଥିଲା । ଏହାସହ ସେମାନେ ଉଭୟ ଉଭୟଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ବଲିଉଡ ଇଣ୍ଡଷ୍ଟ୍ରି ତଥା ସିନେପ୍ରେମୀଙ୍କ ଭିତରେ ଗୁଜବ ପ୍ରଚାର ହେବାରେ ଲାଗିଥିଲା । ଏହି ଗୁଜବ ଏବେ ସତ ହୋଇଛି । ଖୁବଶୀଘ୍ର ସେମାନେ ଉଭୟ ଉଭୟଙ୍କ ହାତ ଧରିବେ ।

ବିଭିନ୍ନ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏପ୍ରିଲ ପ୍ରଥମ ସପ୍ତାହରେ ଉଭୟଙ୍କ ରିଂ ସେରେମୋନି ହେବାକୁ ଯାଉଛି । ରାଜନେତା ଓ ସିନେ ସେଲିବ୍ରେଟିଙ୍କ ଯୋଡ଼ି ଏହାରି ମାଧ୍ୟମରେ ନିଜର ସମ୍ପର୍କକୁ ଅଫିସିଆଲ ଭାବେ ଘୋଷଣା କରିବାକୁ ଯାଉଛନ୍ତି । ଏହା ଦିଲ୍ଲୀରେ ଆୟୋଜନ ହେବ । ଏଥିରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସହ କିଛି ନିକଟତମ ବନ୍ଧୁ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ପରିବାର ସଦସ୍ୟଙ୍କ ଭିତରେ ପ୍ରିୟଙ୍କା ଚୋପ୍ରା ଜୋନାସ, ନିକ୍‌ ଜୋନାସ ଓ ମୀରା ଚୋପ୍ରା ସାମିଲ ହୋଇପାରନ୍ତି । ଏଥିପାଇଁ ପ୍ରିୟଙ୍କା ଚୋପ୍ରା ଜୋନାସ ଭାରତ ଆସିଥିବା ଚର୍ଚ୍ଚା ହେଉଛି । ସ୍ୱାମୀ ନିକ୍‌ ଜୋନାସ ଓ ଝିଅ ମାଲଟି ମେରିଙ୍କ ସହ ମୁମ୍ବାଇ ବିମାନ ବନ୍ଦରରେ ପ୍ରିୟଙ୍କା ନଜର ଆସିଥିଲେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp