ବନ୍ଦ ଘରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ।

ବଲାଙ୍ଗିରରେ ଯୁବକଙ୍କୁ କିଏ ଓ କାହିଁକି ଅତି ଅମାନୁଷିକ ଭାବରେ ହତ୍ୟା କଲା ? ନୃଶଂସ ଓ ବର୍ବର ହତ୍ୟା କାରଣ କଣ ? ଏମିତି ମୁଣ୍ଡ ଓ ଗଣ୍ଡିକୁ ଅଲଗା ଅଲଗା କରି ଅତି ନିର୍ମମ ଭାବରେ କିଭଳି ହାଣିଲେ ? ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଖୋଳତାଡ କରୁଛି ।ଗତକାଲି ସାଲେପାଲିରେ ବନ୍ଦ ଘରୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମ଼ୃତଦେହ ଉଦ୍ଧାର ହୋଇଥିଲା । ମୃତକଙ୍କ ନାଁ ରିଙ୍କୁ ମେହେର । ଗଣ୍ଡି ମୁଣ୍ଡ ଅଲଗା କରି ହତ୍ୟା କରିବା ପରେ ବନ୍ଦ ଘରେ କେହି ଦୁର୍ବୃତ୍ତ ଫିଙ୍ଗି ଚାଲିଯାଇଥିଲେ । ସାତଟି ଜରିରେ ମୃତଦେହ ଭର୍ତ୍ତି କରାଯାଇଥିଲା । କାଟି ଦିଆଯାଇଥିଲା ମୁଣ୍ଡ ଓ ଗୋଡ଼ । ଦୁଇ ଗୋଡ଼କୁ ବି ହାଣି ଅଲଗା କରିଦିଆଯାଇଥିଲା । ଏକ ଜରିରେ ଭର୍ତ୍ତି କରାଯାଇଥିଲା ମୁଣ୍ଡ ଓ ଗୋଡ଼କୁ । ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ ଖଣ୍ଡବିଖଣ୍ଡିତ ମୃତହେବ ଦେଖି ତାଜୁବ ହୋଇଥିଲା ।

ରିଙ୍କୁଙ୍କୁ ତିନି ଚାରିଦିନ ତଳେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେ ପେଶାରେ ଜଣେ ଅଟୋ ଡ୍ରାଇଭର । କିଛି ବର୍ଷ ହେବ ତାର ମାନସିକ ସ୍ଥିତି ଠିକ ନଥିବା କୁହାଯାଇଛି । ସେପଟେ ରିଙ୍କୁର ବାପାଙ୍କ ଦେହ ଖରାପ ଥିବାରୁ ତିନି ଦିନ ଆଗରୁ ସେ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଏଭଳି ସ୍ଥିତିରେ ତାଙ୍କୁ କିଏ ହତ୍ୟା କଲା ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp