ବଢୁଛି ସୁନା ଦର |
ବଢୁଛି ସୁନା ଦର ,ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ସାମାନ୍ୟ ହ୍ରାସ ପାଇ ଦଶ ଗ୍ରାମ ପ୍ରତି ୫୫,୮୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୦,୯୨୦ ଟଙ୍କା ରହିଛ। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫,୮୫୦ ଟଙ୍କା ଓ ୬୦ ,୯୨୦ ଟଙ୍କା ହୋଇଛି।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦର ସ୍ଥିର ରହିଛି । ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୫୫,୮୫୦ ଟଙ୍କା ଓ ୬୦,୯୨୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୦୦୦ ଟଙ୍କା ଓ ୬୧,୦୭୦ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୫୬,୪୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୬୧,୬୦୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୮୫୦ ଟଙ୍କା ଓ ୬୦ ,୯୨୦ ଟଙ୍କା ରହିଛି। ସେହିପରି ରୁପା ମୂଲ ୭୭,୪୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।