ବଢ଼ୁଛି ଭାରତରେ ସଂକ୍ରମଣ |
ବିଗତ କିଛି ସପ୍ତାହ ହେଲାଣି ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଦୈନିକ ସଂକ୍ରମଣ ୬ ହଜାର ପାର କରିଛି। ହେଲେ ଆମେରିକା ଓ ୟୁରୋପ ତୁଳନାରେ ଭାରତର ସ୍ଥିତି ଯଥେଷ୍ଟ ଭଲ ରହିଛି। ସଂକ୍ରମଣ ବଢ଼ୁଥିଲେ ମଧ୍ୟ ସ୍ଥିତି ଆଦୌ ଚିନ୍ତାଜନକ ନାହିଁ। ନ୍ୟୁଜିଲ୍ୟାଣ୍ଡ, ଫ୍ରାନ୍ସ, ଦକ୍ଷିଣ କୋରିଆ, ଆମେରିକା ଓ ବ୍ରିଟେନ ଭଲି ଦେଶ ଠାରୁ ଭାରତରେ ସଂକ୍ରମଣ ସଂଖ୍ୟା ବେଶ କମ।
ଭାରତରେ ପ୍ରତି ୧ ମିଲିନୟ ଅର୍ଥାତ ୧୦ ଲକ୍ଷ ଲୋକରେ ମାତ୍ର ୨ ଜଣ କରୋନାରେ ସଂକ୍ରମିତ ହେଉଛି। ହେଲେ ଆମେରିକା ଓ ୟୁରୋପରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ ରହିଛି। ଏପ୍ରିଲ ୬ ସୁଦ୍ଧା ourworldindata.orgର ତଥ୍ୟ ଅନୁଯାୟୀ, ନ୍ୟୁଜିଲ୍ୟାଣ୍ଡରେ ପ୍ରତି ୧୦ ଲକ୍ଷ ଲୋକରେ ୨୯୩ ଜଣ କରୋନାରେ ସଂକ୍ରମିତ ହେଉଥିବା ବେଳେ ଫ୍ରାନ୍ସରେ ୧୨୬, ଦକ୍ଷିଣ କୋରିଆରେ ୧୬୩, ବ୍ରିଟେନରେ ୪୬ ଓ ଆମେରିକାରେ ଏହି ସଂଖ୍ୟା ୭୫ ରହିଛି। ଏହାକୁ ଦେଖିଲେ ଭାରତର ସ୍ଥିତି ସବୁଠାରୁ ଭଲ ଥିବା କୁହାଯାଇ ପାରେ।କୋକିଲାବେନ ଅମ୍ବାନୀ ହସ୍ପିଟାଲର ଡାକ୍ତର ତନୁ ସିଙ୍ଘଲ କହିଛନ୍ତି, “ଆମେ ବର୍ତ୍ତମାନ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ପାଉଛେ। ହସ୍ପିଟାଲରେ ମଧ୍ୟ ଲୋକମାନେ ଭର୍ତ୍ତି ହେଉଛନ୍ତି। କିନ୍ତୁ ସଂଖ୍ୟାକୁ ଦେଖିଲେ, ଅନ୍ୟ ଦେଶଗୁଡ଼ିକ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛେ।” କିନ୍ତୁ ତାଙ୍କ ମତରେ ସଂଖ୍ୟା କମ ଆସିବା ପଛରେ ଟେଷ୍ଟିଂର ଭୂମିକା ମଧ୍ୟ ରହିଛି। ଏବେ ଭାରତରେ ଅପେକ୍ଷାକୃତ କମ ଟେଷ୍ଟିଂ ହେଉଛି। ସମ୍ଭବତଃ ଏହି କାରଣ ପାଇଁ ସଂଖ୍ୟା ମଧ୍ୟ କମ ଆସୁଥାଇ ପାରେ ବୋଲି ସେ ମତ ରଖିଛନ୍ତି।