ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ : ଯୋଗୀଙ୍କର
ହୋଲି ପୂର୍ବରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଛନ୍ତି ବଡ଼ ଭେଟି। ଏଣିକି ବୈଦ୍ୟୁତିକ ଯାନ କ୍ରୟ ଉପରେ ସଡକ ଟିକସ ଓ ପଞ୍ଜୀକରଣ ଶୁଳ୍କ ଛାଡ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ବୈଦ୍ୟୁତିକ ଯାନକୁ ପ୍ରୋତ୍ସାହନ ଦେବା ପାଇଁ ଉତ୍ତର ପ୍ରଦେଶର ଯୋଗୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ତିନି ବର୍ଷ ପାଇଁ ବୈଦ୍ୟୁତିକ ଯାନ କ୍ରୟ ଉପରେ ସଡକ ଟିକସ ଏବଂ ପଞ୍ଜୀକରଣ ଶୁଳ୍କ ଛାଡ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ କହିବା ଅନୁସାରେ, ଏହି ତିନି ବର୍ଷ ୨୦୨୨ ଅକ୍ଟୋବର ୧୪ରୁ ଗଣନା କରାଯିବ। ସେପଟେ ଯଦି କୌଣସି ବ୍ୟକ୍ତି ନିଜେ ରାଜ୍ୟରେ ନିର୍ମିତ ବୈଦ୍ୟୁତିକ ଯାନ କିଣନ୍ତି, ତେବେ ତାଙ୍କୁ ତିନି ବଦଳରେ ପାଞ୍ଚ ବର୍ଷର ରିହାତି ମିଳିବ।
ସରକାରଙ୍କ ତରଫରୁ ଉତ୍ତର ପ୍ରଦେଶର ସମସ୍ତ ଜିଲ୍ଲାର ଆରଟିଓମାନଙ୍କୁ ତୁରନ୍ତ ନିର୍ଦ୍ଦେଶନାମା ପାଳନ କରିବାକୁ ଆଦେଶ ଦିଆଯାଇଛି। ପ୍ରମୁଖ ସଚିବ ଏଲ୍ ଭେଙ୍କଟେଶ୍ୱରଲୁଙ୍କ ଦ୍ୱାରା ଜାରି ସଂଶୋଧିତ ବିଜ୍ଞପ୍ତି ଅନୁସାରେ, ଉତ୍ତର ପ୍ରଦେଶ ବୈଦ୍ୟୁତିକ ଯାନ ନିର୍ମାଣ ଓ ଗତିଶୀଳତା ନୀତି ୨୦୨୨ ଅନୁଯାୟୀ, ଅକ୍ଟୋବର ୧୪ରୁ ଉତ୍ତର ପ୍ରଦେଶରେ ବିକ୍ରି କରାଯାଇଥିବା ଏବଂ ପଞ୍ଜୀକୃତ ହୋଇଥିବା ବୈଦ୍ୟୁତିକ ଯାନ (ଇଭି) ଉପରେ ୧୦୦ ପ୍ରତିଶତ ଟିକସ ଛାଡ କରାଯିବ। ଏହି ଛାଡ ୨୦୨୨ରୁ ୨୦୨୫ ଅକ୍ଟୋବର ୧୩ ପର୍ଯ୍ୟନ୍ତ ଲାଗୁ ରହିବ।