ବଜେଟରେ ସିନିଅର ସିଟିଜେନଙ୍କୁ ବଡ଼ ଉପହାର

ଟଙ୍କା ନିବେଶ କରିବା ପାଇଁ ମାର୍କେଟରେ ଅନେକ ପ୍ରକାର ଅପସନ୍‌ ମହଜୁଦ ରହିଛି। କିଛି ଲୋକ ବ୍ୟାଙ୍କ ଫିକ୍ସଡ ଡିପୋଜିଟରେ ନିବେଶ କରିବା ପସନ୍ଦ କରନ୍ତି ତ ଆଉ କିଛି ଲୋକ ଇନସୁରାନ୍ସ ପଲିସି, ଟର୍ମ ପଲିସି, ପେନସନ୍‌ ପଲିସି ଆଦିରେ ନିବେଶ କରନ୍ତି। ସେହିପରି ଆଉ କିଛି ଲୋକ ସେୟାର ମାର୍କେଟ ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରନ୍ତି। ବହୁତ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ପୋଷ୍ଟ ଅଫିସର ଖାସ୍‌ ସ୍କିମରେ ନିବେଶ କରିବାକୁ ଅଧିକ ଫାଇଦାପୂର୍ଣ୍ଣ ବୋଲି ଭାବନ୍ତି।

ଏମିତି ଏଥିପାଇଁ ହୋଇଥାଏ କାରଣ ପୋଷ୍ଟ ଅଫିସ ସ୍କିମରେ ନିବେଶ କରିବା ଦ୍ୱାରା ଲୋକଙ୍କୁ ବହୁତ ଭଲ ରିଟର୍ଣ୍ଣ ମିଳିଥାଏ। ପୋଷ୍ଟ ଅଫିସର କିଛି ସ୍କିମ ରହିଛି ଯେଉଁଥିରେ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ବରାବର କିମ୍ବା ତାହା ଠାରୁ ଅଧିକ ସୁଧ ଅଫର କରିଥାଏ। ପୋଷ୍ଟ ଅଫିସ ସରକାରଙ୍କ ଦ୍ୱାରା ସଞ୍ଚାଳିତ ହୋଇଥାଏ ଏଣୁ ଟଙ୍କା ବୁଡିବାର କୌଣସି ଟେନସନ୍‌ ନଥାଏ।

ପୋଷ୍ଟ ଅଫିସ ନିଜ ଗ୍ରାହକଙ୍କ ପାଇଁ ବଢ଼ିଆ ସ୍କିମ ଆଣିଥାଏ। ଏଥିରେ ସମସ୍ତ ବୟସର ଲୋକଙ୍କ ପାଇଁ ଯୋଜନା ରହିଛି। ଯ ଦି ଆପଣ ବି ସୁରକ୍ଷିତ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏହି ବିଭାଗ ଉପରେ ବିଶ୍ୱାସ କରିପାରିବେ। ଏହା ଆପଣଙ୍କୁ ମାତ୍ର କିଛି ବର୍ଷ ଭିତରେ ଲକ୍ଷପତି ବନେଇଦେବ। ଆମେ ଆଜି ଆପଣଙ୍କୁ ଯେଉଁ ସ୍କିମ ସମ୍ପର୍କରେ କହିବୁ ତାହା ବୟସ୍କ ଲୋକଙ୍କ ପାଇଁ ରହିଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp