ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ |
ବଙ୍ଗୋପସାଗରରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ। ଲଘୁଚାପ ପ୍ରଭାବରେ ଆଗାମୀ ୪୮ ଘଣ୍ଟାରେ ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଆସାମରେ ମୌସୁମୀ ପ୍ରବେଶ କରିବ।ବଙ୍ଗୋପସାଗରରେ ଲଘୁଚାପ । ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ େଓ୍ଵଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରି ମିଆଁମାର, ବାଂଲାଦେଶ ମୁହାଁ ହେବ। ଆଜି ପାଇଁ ସମୁଦ୍ର ଭିତରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବଙ୍ଗୋପସାଗରରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମମୌସୁମୀ ବାୟୁ। ଦକ୍ଷିଣ ଭାରତ ଓ ନର୍ଥଇଷ୍ଟ ପରେ ମୌସୁମୀ ଓଡିଶା ଆସିବା ସମ୍ଭାବନା ରହିଛି । ଜୁନ ୧୨ରୁ ୧୫ ମଧ୍ୟରେ ପ୍ରତିବର୍ଷ ଓଡ଼ିଶାରେ ମୌସୁମୀ ଆସିଥାଏ । ଏଥର ବିଳମ୍ବ ହୋଇପାରେ ।