ବକ୍ସ ଅଫିସରେ ‘ପଠାନ’ର ଧମାଲ; କାରବାର କଲାଣି ୭୦୦ କୋଟି

ବକ୍ସ ଅଫିସରେ ‘ପଠାନ’ର ଧମାଲ; କାରବାର କଲାଣି ୭୦୦ କୋଟି ଥିଏଟରରେ ପଠାନ ଫିଲ୍ମ ବ୍ଲକବଷ୍ଟର ହୋଇସାରିଥିବା ବେଳେ ଏଥିରେ ଥିବା ଗୀତ ଓ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ସବୁଠି ‘ପଠାନ’ ଆଉ ‘ପଠାନ’ । ବକ୍ସ ଅଫିସରେ ଧମାଲ ମଚାଉଛି ଶାହରୁଖ ଖାନ ଙ୍କ ଫିଲ୍ମ । ଏସ.ଆର.କେଙ୍କ ଫିଲ୍ମ ‘ପଠାନ’ ଗୋଟିଏ ପରେ ଗୋଟିଏ ଫିଲ୍ମର ରେକର୍ଡ ଭାଙ୍ଗୁଛି । ଥିଏଟରରେ ଏହି ଫିଲ୍ମ ବ୍ଲକବଷ୍ଟର ହୋଇସାରିଥିବା ବେଳେ ‘ପଠାନ’ର ଗୀତ ଓ କାହାଣୀ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଛି । ପୂର୍ବରୁ ବଲିଉଡ ରେ ରେକର୍ଡ ହାସଲ କରିସାରିଥିବା କିଛି ଫିଲ୍ମକୁ ପଛରେ ପକାଇଛି ‘ପଠାନ’ । ବର୍ତ୍ତମାନର ସୂଚନା ଅନୁସାରେ ବଲିଉଡର ୫ଟି ଫିଲ୍ମର ରେକର୍ଡକୁ ଭାଙ୍ଗିଛି ଶାହରୁଖଙ୍କ ମୁଭି ‘ପଠାନ’ । କେଜିଏଫ, ବାହୁବଳି, ୱାର, ସୁଲତାନ ଓ ଧୁମ-୩କୁ ‘ପଠାନ’ ପଛରେ ପକାଇଛି । ଆମେ ଏଠାରେ କହି ରଖିବୁ, ଗତ ୧୦ ବର୍ଷ ମଧ୍ୟରେ ଶାହରୁଖ ଖାନଙ୍କ ୮ଟି ଫିଲ୍ମ ରିଲିଜ୍ ହୋଇଛି । ଯେଉଁ ତାଲିକାରେ ଶାହରୁଖଙ୍କ ୩ଟି ଫିଲ୍ମ ଫ୍ଲପ୍ ହୋଇଛି । ୨୦୧୩ରେ ଶାହରୁଖଙ୍କ ରିଲିଜ୍ ହୋଇଥିବା ଚେନ୍ନାଇ ଏକ୍ସପ୍ରେସ୍ ବ୍ଲକବଷ୍ଟର ହୋଇଥିଲା । ଏହି ଫିଲ୍ମ ୧୦୦.୪୨ କୋଟି ଟଙ୍କା କାରବାର କରିଥିଲା ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp