ଫ୍ରିଜରେ ଥିବା ଦୁଇ ଦିନ ପରେ ଖାଦ୍ୟ ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ

ଆଜିକାଲିର ଲାଇଫଷ୍ଟାଇଲ ଏମିତି ହେଲାଣି ଯେ ଲୋକଙ୍କ ପାଖରେ ଫ୍ରେସ୍‌ ଖାଇବାକୁ ମଧ୍ୟ ସମୟ ନାହିଁ । ସେଥିପାଇଁ ଲୋକମାନେ ଖାଦ୍ୟ ରାନ୍ଧି ଏହାକୁ ଫ୍ରିଜରେ ରଖିଦିଅନ୍ତି । ଏଥିସହିତ ପରବର୍ତ୍ତୀ ସମୟରେ ଏହାକୁ ଗରମ କରି ସେବନ କରନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଫ୍ରିଜରେ ଖାଦ୍ୟ ରଖି ଏହାକୁ ସେବନ କରିବା ସ୍ୱାସ୍ଥ୍ୟପକ୍ଷେ କେତେ କ୍ଷତିକାରକ ଏବଂ ଏହାକୁ କେତେ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ।

କିଛି ଦିନ ଧରି ଫ୍ରିଜରେ ରହିଥିବା ଖାଦ୍ୟ ସେବନ କରିବା ଦ୍ୱାରା ମଧ୍ୟ ଅନେକ ସମସ୍ୟା ଦେଖାଦେଇଥାଏ । ତେଣୁ ଏହି ଘଟଣାକି ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସେମାନଙ୍କ ମତ ଦେଇଛନ୍ତି ଏବଂ କହିଛନ୍ତି ଯେ ଫ୍ରିଜରେ ରନ୍ଧା ଖାଦ୍ୟ ରଖିବା ଉଚିତ୍ ନୁହେଁ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଦୀର୍ଘ ଦିନ ଧରି ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଖାଇବାର ଅସୁବିଧା କ’ଣ ।

ଡାକ୍ତରଙ୍କ ଅନୁଯାୟୀ ପାଣିରେ ମିଶି ଯାଉଥିବା ଭିଟାମିନ୍ ସବୁଠୁ ଅସ୍ଥିର ହୋଇଥାଏ ଏବଂ ଏଥିରେ ଥିବା ପୋଷକ ତତ୍ତ୍ୱ ସହଜରେ ଏବଂ ଶୀଘ୍ର ନଷ୍ଟ ହୋଇଯାଏ । ତେଣୁ ରୋଷେଇ ସମୟରେ ହିଁ ସେହିସବୁ ଖାଦ୍ୟ ଅଧିକାଂଶ କ୍ଷତି ହୋଇଥାଏ । କାରଣ ଉତ୍ତାପ ବା ହିଟ୍‌ ଭିଟାମିନକୁ ନଷ୍ଟ କରେ, ଏବଂ ଏହାକୁ ଫ୍ରିଜରେ ରଖିବା ଦ୍ୱାରା ଏହାର ପୋଷକତତ୍ୱ ମଧ୍ୟ ନଷ୍ଟ ହୋଇଯାଏ । ତେଣୁ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ରନ୍ଧାଖାଦ୍ୟକୁ ଯଦି ଏୟାରଟାଇଟ୍ ପାତ୍ରରେ ରଖାଯାଏ, ତେବେ ଏହା ଦୁଇ-ତିନି ଦିନ କିମ୍ବା ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ରହିପାରେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଫୁଟା ହୋଇଥିବା କିମ୍ବା ସାଧା ରନ୍ଧା ହୋଇଥିବା ଭାତରେ ଶୀଘ୍ର ଜୀବାଣୁ ଜନ୍ମ ନେଇପାରନ୍ତି। ଏଥିସହିତ କମ୍ ତାପମାତ୍ରାରେ ମଧ୍ୟ ଜୀବାଣୁ ବଞ୍ଚିଯାନ୍ତି। ଏହି କ୍ଷେତ୍ରରେ, ଖାଦ୍ୟକୁ ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଖାଇବା ଉଚିତ୍ । ଏତତ୍ ବ୍ୟତୀତ ଭାରତୀୟ ଖାଦ୍ୟ ଲୁଣିଆ, ଖଟା ଏବଂ ମସଲାଯୁକ୍ତ, ହୋଇଥାଏ । ତେଣୁ ସେଗୁଡ଼ିକ ଆପେ ଆପେ ଫ୍ରିଜରେ ହିଁ ନଷ୍ଟ ହୋଇଯାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁଯାୟୀ, ଅଣ୍ଡା, ଦୁଗ୍ଧଜାତ ଦ୍ରବ୍ୟ, ପୋଲ୍ଟ୍ଯି, ମାଂସ ଆଦି ଖାଦ୍ୟପଦାର୍ଥ ନଷ୍ଟ ହେଉଥିବା ଜିନିଷକୁ ରେଫ୍ରିଜରେଟରରେ ରଖିବା ଉଚିତ୍। ଆହୁରି ମଧ୍ୟ, ସେସବୁକୁ ଏକ ସପ୍ତାହ ମଧ୍ୟରେ ଖାଇବା ଉଚିତ୍ । ସେହିପରି ଫଳ ଓ ପନିପରିବା ଦୀର୍ଘ ସମୟ ପର୍ଯ୍ୟନ୍ତ ଫ୍ରିଜରେ ଗଚ୍ଛିତ ହୋଇପାରିବ । ବିଶେଷଜ୍ଞମାନେ କହିଛନ୍ତି ଯେ ଫ୍ରିଜରେ ରଖାଯାଇଥିବା ଖାଦ୍ୟ ଉପରେ ତିନିରୁ ଚାରି ଦିନ ପରେ ଜୀବାଣୁ ବଢିବା ଆରମ୍ଭ କରନ୍ତି। ତେଣୁ ଏହାକୁ ଯଦି ଦୀର୍ଘ ସମୟ ଧରି ରଖାଯାଏ ତେବେ ଖାଦ୍ୟ ବିଷାକ୍ତ ହେବାର ଆଶଙ୍କା ବଢିଯାଏ । ତେବେ ଜୀବାଣୁ କାରଣରୁ ଖାଦ୍ୟର ରଙ୍ଗ, ଗନ୍ଧ ଏବଂ ସ୍ୱାଦ ବଦଳି ନଥାଏ । ଯାହାଫଳରେ ଏହା ସୁରକ୍ଷିତ କି ନୁହେଁ ତାହା ଜାଣିବା କଷ୍ଟକର ହୋଇପଡେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp