ଫୁଟବଲ ମଇଦାନରେ ୨୫ ବର୍ଷୀୟ ଗୋଲକିପରଙ୍କର ମୃତ୍ୟୁ |
ଫୁଟବଲ ମଇଦାନରେ ଚାଲି ଜୀବନ |ଗୋଲ ବଞ୍ଚାଇବା ବେଳେ ଚାଲିଗଲା ଗୋଲକିପରଙ୍କ ଜୀବନ । ଏଭଳି ଘଟଣା ଦେଖିବାକୁ ମିଳିଛି ବେଲଜିୟମର ଫୁଟବଲ ମ୍ୟାଚ ସମୟରେ ଏଭଳି ଘଟଣା ଘଟିଛି। ୨୫ ବର୍ଷୀୟ ଅର୍ନି ଏସ୍ପିଲ ପେନାଲିଟ ଗୋଲ ବଞ୍ଚାଇବା ଚକ୍କରରେ ଜୀବନ ହାରିଛନ୍ତି ।ବେଲଜିୟମ ଫୁଟବଲ ମ୍ୟାଚରେ ସମୟରେ ଅଘଟଣ । ଗୋଲକିପର ଅର୍ନି ଏସ୍ପିଲ ୨୫ ବର୍ଷରେ ଜୀବନ ହାରିଛନ୍ତି । ପେନାଲିଟ ଗୋଲକୁ ବଞ୍ଚାଇବା ଚକ୍କରରେ ତାଙ୍କର ମୃତ୍ୟୁହୋଇଛି । ତାଙ୍କୁ ବଞ୍ଚାଇବା ପାଇଁ ଅନେକ ଚେଷ୍ଟା କରାଯିବା ସତ୍ତ୍ୱେ ମଧ୍ୟ ତାଙ୍କ ଜୀବନ ରକ୍ଷା କରାଯାଇପାରିନାହିଁ । ତାଙ୍କର ଆକସ୍ମିକ ମୃତ୍ୟୁରେ ସମଗ୍ର ଖେଳ ଜଗତରେ ଶୋକର ଛାୟା ଖେଳିଯାଇଛି ।