ଫାଇନାଲ୍ କଲେ ପରିଣୀତି-ରାଘବଙ୍କ ନିଜର ବିବାହ ସ୍ଥାନ |
ବିବାହ ବନ୍ଧନରେ ବାନ୍ଧିହେବେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍ ଆଦମୀ ପାର୍ଟିର ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟଙ୍କ ବିବାହ କେଉଁ ସ୍ଥାନରେ ହେବ ସେ ନିଷ୍ପତ୍ତି ବି ନେଇସାରିଛନ୍ତି । ବିବାହ ପାଇଁ ଉଦୟପୁରର ଓବରୟ ଉଦୟ ଭିଲ୍ଲା ବୁକ୍ କରିଛନ୍ତି
ବହୁତ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡର ସୁନ୍ଦରୀ ଅଭିନେତ୍ରୀ ପରିଣୀତି ଚୋପ୍ରା । ଆମ୍ ଆଦମୀ ପାର୍ଟି ନେତା ତଥା ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ସହ ସେ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଉଭୟଙ୍କ ବିବାହ କେଉଁ ସ୍ଥାନରେ ହେବ ସେହି ନିଷ୍ପତ୍ତି ବି ନେଇସାରିଛନ୍ତି । ବିବାହ ପାଇଁ ଉଦୟପୁରର ଓବରୟ ଉଦୟ ଭିଲ୍ଲା ବୁକ୍ କରିଛନ୍ତି ।
ରାଜସ୍ଥାନର ଉଦୟପୁରରେ ଓବରୟ ଉଦୟ ଭିଲ୍ଳାର ଗୋଟେ ରୁମ୍ ପାଇଁ ୩୫,୦୦୦ ଟଙ୍କା ଦେବାକୁ ପଡିବ । ଏହା ସହିତ ସେଠାରେ ଗୋଟେ ରାତିକୁ କୋହିନୂର୍ ସୁଟ୍ ପାଇଁ ଖର୍ଚ୍ଚ ହେବ ୧୧ଲକ୍ଷ ଟଙ୍କା । ହୋଟେଲର ହରା-ଭରା ଲନ୍ ,ମାରୁଆଡି ଶୈଳୀର ଅଗଣା ,ସୁଇମିଂ ପୁଲ ଅଛି । ଏହି ହୋଟଲ କୌଣସି ଆଲିସାନ ମହଲରୁ କମ୍ ନୁହେଁ । ସେମାନେ ଏହି ବର୍ଷ ଶେଷ ସୁଦ୍ଧା ବିବାହ ବନ୍ଧରେ ବାନ୍ଧି ହେବେ ।ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଯୋଡି ପାରମ୍ପାରିକ ରୀତିରେ ବିବାହ କରିବେ । ସମସ୍ତ ବଲିଉଡ ସେଲିବ୍ରେଟିମାନଙ୍କ ପାଇଁ ରାଜସ୍ଥାନ ଗୋଟେ ହଟ୍ ୱେଡିଂ ଡେଷ୍ଟିନେସନ ଅଟେ ।