ପ୍ରେମିକା ଓଢ଼ଣିରେ ପ୍ରେମିକର ଝୁଲି ପଡିଲେ ପ୍ରେମିକ ।

ହୋଟେଲ୍ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖଣ୍ଡଗିରି ଥାନା ଜାଗମରା ଅଞ୍ଚଳର ଏକ ହୋଟେଲ୍‌ ରୁମ୍‌ରୁ ଉଦ୍ଧାର ହୋଇଛି ଯୁବକଙ୍କ ମୃତ ଦେହ । ଗତକାଲି ୩ ଜଣ ସାଙ୍ଗମାନଙ୍କ ସହ ମିଶି ବାର୍ଥ ଡେ ପାର୍ଟି କରିଥିଲେ ଯୁବକ ଜଣଙ୍କ ।

ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ୨ ବନ୍ଧୁ ଉପସ୍ଥିତ ଥିବା ଥିଲେ । ତେବେ ମୃତ ଯୁବକଙ୍କ ନାମ ଦୁର୍ଗା ପ୍ରସାଦ ମିଶ୍ର । ହେଲେ ବର୍ତ୍ତମାନ ପ୍ରଶ୍ନ ଉଠୁଛି କିପରି ଯୁବତୀଙ୍କ ଓଢନୀରେ ଝୁଲି ପଡିଲେ ଯୁବକ । ସେପଟେ ଘଟଣା ସ୍ଥଳରେ ଖଣ୍ଡଗିରି ପୋଲିସ ପହଞ୍ଚି ଘଟଣାର ଛାନଭିନ କରୁଥିବା ବେଳେ ପରିବାର ପକ୍ଷରୁ ଏହାକୁ ଏକ ଯୋଜନା ବଦ୍ଧ ହତ୍ୟା ବୋଲି କହି ଅଭିଯୋଗ ଆଣିଥିବା କୁହା ଯାଉଛି । ତେବେ ପୋଲିସ ଯୁବକଙ୍କ ବନ୍ଧୁ ଓ ବାନ୍ଧବୀଙ୍କୁ ପଚରା ଉଚୁରା କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp