ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ ଗାନ୍ଧୀ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ବିଜେପି ସରକାର ଉପରେ ଘୋର ଆକ୍ରମଣ କରି ଲୋକସଭାରେ ଆଦାନୀ ପ୍ରସଙ୍ଗ ଉଠାଇଛନ୍ତି। ଶିଳ୍ପପତି ଗତମ ଆଦାନୀଙ୍କୁ ଲାଭ ଦେବା ପାଇଁ ନିୟମ ପ୍ରଣୟନ କରାଯାଇଥିବା ସେ କହିଛନ୍ତି। ରାହୁଲ ଗାନ୍ଧୀଙ୍କ ଆକ୍ରମଣ ଟ୍ରେଜେରୀ ବେଞ୍ଚରୁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା ଏବଂ ଆଇନ ମନ୍ତ୍ରୀ କିରେନ ରିଜିଜୁ ତାଙ୍କୁ “ବଣୁଆ ଅଭିଯୋଗ” ନକରିବାକୁ କହିଥିଲେ।
କେବଳ ସେତିକି ନୁହେଁ କିଛିଦିନ ଧରି ଲାଗିରହିଥିବା ଆଦାନୀ ବିବାଦକୁ ନେଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି ରାହୁଲ । ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀଙ୍କ ଘନ ଘନ ବିଦେଶ ଗ୍ରସ୍ତ ଦେଶର ବିକାଶ ପାଇଁ ନୁହେଁ ବରଂ ଆଦାନୀ ଗ୍ରୁପର ବିକାଶ ପାଇଁ ହେଉଛି । ଏନେଇ ସେ ସରକାରଙ୍କୁ ପ୍ରଶ୍ନ ଛଳରେ ପଚାରିଛନ୍ତି କି, ବିଶ୍ୱ ଧନୀ ତାଲିକାରେ ଆଦାନୀ ୨୦୧୪ ମସିହାରେ ୬୦୯ ନମ୍ବର ସ୍ଥାନରେ ଥିବା ବେଳେ ଏତେଶୀଘ୍ର ସେ କିଭଳି ୨ନମ୍ବର ସ୍ଥାନକୁ ଆସିଲେ ? ଏନେଇ ସେ ଆଦାନୀ ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ କଣ ସଂପର୍କ ରହିଛି ବୋଲି କଟାକ୍ଷ କରିଥିଲେ ।
ଏହାସହ ପ୍ରଧାନମନ୍ତ୍ରୀଙ୍କ ଉର୍ଦ୍ଦେଶ୍ୟରେ ରାହୁଲ ଗାନ୍ଧୀ ୪ଟି ପ୍ରଶ୍ନ କରିଛନ୍ତି । ପ୍ରଥମ ପ୍ରଶ୍ନରେ ସେ ପଚାରିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୌତମ ଆଦାନୀ ମିଳିତ ଭାବେ କେତେଥର ବିଦେଶ ଗସ୍ତ କରିଛନ୍ତି । ଦ୍ୱିତୀୟ ପ୍ରଶ୍ନ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିବା ବେଳେ ଗୌତମ ଆଦାନୀ ତାଙ୍କୁ କେତେଥର ଭେଟିବାକୁ ଯାଇଛନ୍ତି । ତୃତୀୟ ପ୍ରଶ୍ନ ଭାବେ ସେ ପଚାରିଛନ୍ତି କି, ପ୍ରଧାନମନ୍ତ୍ରୀ ଗୋଟିଏ ଦେଶ ଗସ୍ତକରି ଫେରିବା ପରେ ଗୌତମ ଆଦାନୀ ତୁରନ୍ତ ସେହି ଦେଶକୁ କାହିଁକି ଗସ୍ତ କରୁଥିଲେ । ପ୍ରଧାନମନ୍ତ୍ରୀ ଯେଉଁଦେଶ ଗସ୍ତ କରି ଫେରୁଥିଲେ ତା ପରେ କିଭଳି ଭାବେ ଆଦାନୀ ଗ୍ରୁପ ସେହି ଦେଶରେ ନିଜର ବ୍ୟବସାୟ ଆରମ୍ଭ କରୁଥିଲେ ।