ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି |

ପ୍ରଧାନମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ଚିଠି |ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରି ୯ଟି ବିରୋଧୀ ଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଛନ୍ତି। ସେମାନଙ୍କ ନେତାମାନଙ୍କୁ ଫସାଇବା ପାଇଁ ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ବ୍ୟବହାର କରାଯାଉଥିବା ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି।ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଚିଠି ଲେଖିଥିବା ନେତାଙ୍କ ମଧ୍ୟରେ ଅଛନ୍ତି- ଭାରତ ରାଷ୍ଟ୍ର ସମିତି ବିଆର୍‌ଏସ୍‌ ମୁଖ୍ୟ ଚନ୍ଦ୍ରଶେଖର ରାଓ, ଜମ୍ମୁ ଓ କଶ୍ମର ନ୍ୟାଶନାଲ୍ କନଫରେନ୍ସ ଜେକେଏନ୍‌ସି ମୁଖ୍ୟ ଫାରୁକ ଅବଦୁଲ୍ଲା, ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ନ୍ୟାଶନାଲ କଂଗ୍ରେସ ପାର୍ଟି ଏନ୍‌ସିପିମୁଖ୍ୟ ଶରଦ ପାୱାର ଓ ଉଦ୍ଧବ ଠାକରେ।

ଏହି ନେତାମାନେ ଅଭିଯୋଗ କରିଛନ୍ତି ଯେ ୨୦୧୪ ପରଠାରୁ ସିବିଆଇ ଓ ଇଡି ଭଳି ତଦନ୍ତକାରୀ ସଂସ୍ଥା ଦ୍ୱାରା ଯେଉଁ ନେତାଙ୍କ ନାଁରେ ମାମଲା କରାଯାଇଛି ବା ଯେଉଁମାନଙ୍କୁ ଗିରଫ କରାଯାଇଛି ବା ଜେରା କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବିରୋଧୀ ଦଳର। ଅନ୍ୟପକ୍ଷରେ ଯେଉଁ ନେତାମାନେ ବିଜେପିରେ ଯୋଗ ଦେଇଛନ୍ତି, ସେମାନଙ୍କ ନାଁରେ ମାମଲା ଥିଲେ ବି ତଦନ୍ତ ପ୍ରକ୍ରିୟାକୁ ଧିମା କରି ଦିଆଯାଉଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp