ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ |

ଆରମ୍ଭ ହୋଇଥିବା ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (WTC) ଫାଇନାଲର ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଛି। ଦଳ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ୩ଟି ୱିକେଟ ହରାଇ ୩୨୭ ରନ୍ କରିଛି। ଟ୍ରାଭିସ ହେଡ୍ ଶତକ କରିଥିବା ବେଳେ ଷ୍ଟିଭେନ ସ୍ମିଥ୍ ଶତକ ଠାରୁ ଆଉ ମାତ୍ର ୫ ରନ୍ ଦୂରରେ ଅଛନ୍ତି।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆକୁ ୩.୪ ଓଭରରେ ଲାଗିଥିଲା ଝଟକା। ଦଳ ହରାଇଥିଲା ପ୍ରଥମ ୱିକେଟ। ଆଉଟ୍ ହୋଇଥିଲେ ଉସମାନ ଖ୍ୱାଜା।

୧୦ଟି ବଲର ସମ୍ମୁଖୀନ ହୋଇଥିଲେ ହେଁ ସେ ଖାତା ଖୋଲିପାରି ନଥିଲେ। ମହମ୍ମଦ ସିରାଜଙ୍କ ବଲରେ ୱିକେଟ କିପର ଶ୍ରୀକର ଭରତଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ତା’ପରେ କ୍ରିଜକୁ ଆସିଥିଲେ ମାର୍ନସ ଲାବୁଶେନ୍‌।ଓପନର ଡାଭିଡ ୱାର୍ଣ୍ଣର ଓ ମାର୍ନସ ଲାବୁଶେନ୍ ଇନିଂସକୁ ଆଗକୁ ନେଇଥିଲେ। ସେମାନଙ୍କ ମଧ୍ୟରେ ୬୮ ରନ୍‌ର (୧୦୮ ବଲ୍‌) ପାର୍ଟନରଶିପ ହୋଇଥିବା ବେଳେ ଆଉଟ ହୋଇଯାଇଥିଲେ ଡାଭିଡ ୱାର୍ଣ୍ଣର। ସେ ୬୦ଟି ବଲ୍‌ରୁ ୮ଟି ଚୌକା ସହାୟତାରେ ୪୩ ରନ୍ କରିଥିଲେ। ସେ ଶର୍ଦ୍ଦୁଳ ଠାକୁରଙ୍କ ବଲରେ ୱିକେଟ୍ କିପର ଶ୍ରୀକର ଭାରତଙ୍କ ହାତରେ କ୍ୟାଚ୍ ଆଉଟ ହୋଇଥିଲେ। ଭରତ ଡାଇଭ ମାରି ଏହି କ୍ୟାଚ୍ ଧରିଥିଲେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp