ପ୍ରଥମ ଥର ଆଇପିଏଲ୍‌ରେ ଆଙ୍କରିଂ କରିବେ ଓଡିଆ ଆଙ୍କର୍‌ ଲୋରିଆ ମହାନ୍ତି

ଇଣ୍ଡିଆନ ପ୍ରିମିୟର ଲିଗ ଏଥର କିଛି ନୂଆ ଢଙ୍ଗରେ ହେବାକୁ ଯାଉଛି । ଆଇପିଏଲ୍‌ ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି । ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍‌ରେ ଯୋଗ୍ୟ ବିବେଚିତ ହୋଇଛନ୍ତି ଲୋରିଆ।

ଓଡିଆ ଆଙ୍କର୍‌ ଭାବେ ବେଶ ପରିଚିତ ଲୋରିଆ ମହାନ୍ତି। ଓଡିଆ ଟିଭି ସୋ’ ହେଉ କି ରିୟାଲିଟି ସୋ’ ବିଭିନ୍ନ କାର୍ଯ୍ଯକ୍ରମରେ ତାଙ୍କୁ ଆଙ୍କରିଂ କରିବାରେ ଆପଣ ମାନେ ଦେଖିଛନ୍ତି। ତେବେ କଟକର ଲୋରିଆ ୧୨ ବର୍ଷ ହେଲା ଆଙ୍କରିଂ କରି ଆସୁଥିବାବେଳେ,ଚଳିତବର୍ଷ ଆଇପିଏଲ୍‌ ସିଜିନ୍-୧୬ରେ ଓଡ଼ିଆ ଭାଷାରେ କମେଣ୍ଟ୍ରି କରିବେ ଲୋରିଆ।ମ୍ୟାଚ୍‌ ପୂର୍ବରୁ ହେବାକୁ ଥିବା ଅଧଘଣ୍ଟା ଓଡ଼ିଆ ଡିବେଟ୍‌ ପ୍ୟାନେଲ୍‌ ‘ମ୍ୟାଚ୍‌ ସେଣ୍ଟର ଲାଇଭ୍‌ ଆଲୋଚନାରେ ଦେବାଶିଷ ମହାନ୍ତି, ବସନ୍ତ ମହାନ୍ତି, ବିପ୍ଳବ ସାମନ୍ତରାୟଙ୍କ ଭଳି ଅତିଥିମାନେ ଯୋଗଦେବେ ବୋଲି ସୂଚନା ମିଳୁଛି ।ଆଇପିଏଲ୍‌ରେ ଆଙ୍କରିଂର ସୁଯୋଗ ପାଇ ବେଶ୍‌ ଗର୍ବିତ ବୋଲି ପ୍ରକାଶ କରିଛନ୍ତି ଲୋରିଆ। ଜିଓ ସିନେମା ଆପ୍‌ରେ ୧୨ଟି ଭା‌ଷାରେ ଏଥର ଆଇପିଏଲ୍‌ ପ୍ରସାରିତ ହେବାକୁ ଯାଉଛି ।

ଚଳିତବର୍ଷ ପ୍ୟାନେଲ ଆଲୋଚନା, ମ୍ୟାଚ୍‌ କମେଣ୍ଟ୍ରି, ଗ୍ରାଫିକ୍ସ ମଧ୍ୟ ଓଡ଼ିଆରେ ପ୍ରସାରିତ ହେବ। ଏହାସହ ଇନିଂସ୍‌ ଆରମ୍ଭ, ମଝି ଓ ଶେଷ ସମୟରେ ଓଡ଼ିଆ ଭାଷାରେ ଆଇପିଏଲ୍‌ର ମଜା ନେବେ ଦର୍ଶକ। ଜିଓ ସିନେମା ଆପ୍‌ରେ ଆଇପିଏଲ୍‌ ସିଜିନ୍‌-୧୬କୁ ଦର୍ଶକମାନେ ଦେଖିପାରିବେ।ଚଳିତବର୍ଷ ଆଇପିଏଲ୍‌ ସିଜିନ୍‌-୧୬ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଗତମାସରେ ଏଥିପାଇଁ ହୋଇଥିବା ଅଡିସନ୍‌ରେ ଯୋଗ୍ୟ ବିବେଚିତ ହୋଇଛନ୍ତି କଟକର ଲୋରିଆ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp