ପ୍ରଥମେ ବୋଲିଂ କରିବ ଭାରତ |

ବର୍ଡର ଗାଭାସ୍କର ଟ୍ରଫିର ଶେଷ ତଥା ଚତୁର୍ଥ ମ୍ୟାଚ ଅହମଦାବାଦରେ ଖେଳାଯିବ । ଶେଷ ମ୍ୟାଚରେ ଟସ ଜିତି ବ୍ୟାଟିଂ କରିବ ଅଷ୍ଟ୍ରେଲିଆ । ତେଣୁ ଭାରତ ଫିଲଡିଂ ପାଇଁ ମଇଦାନକୁ ଓହ୍ଲାଇବ । ଏହି ମ୍ୟାଚରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ ଟସ ବେଳେ ପଡିଆରେ ଉପସ୍ଥିତ ଥିଲେ ।ଅଷ୍ଟ୍ରେଲିଆ ସମାନ ଟିମ୍ ସହ ମୈଦାନକୁ ଓହ୍ଳାଇଥିବା ବେଳେ ଭାରତ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛି । ସିରାଜଙ୍କ ବଦଳରେ ସାମି ଚୂଡାନ୍ତ ଏକାଦଶରେ ସାମିଲ ହୋଇଛନ୍ତି । ସିରିଜର ଏହା ଶେଷ ମ୍ୟାଚ୍ ହୋଇଥିବା ବେଳେ ଭାରତ ସିରିଜ କବଜା କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇଛି ।

ସେହିଭଳି ଅଷ୍ଟ୍ରେଲିଆ ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟରେ ରହିଛି । ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଚ୍ ଜିତିଲେ ସିଧାସଳଖ ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ଟିକେଟ ହାତେଇବ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp