ପୃଥିବୀ ଆଡକୁ ଆସୁଛି ବିଶାଳ ଗ୍ରହାଣୁ |

ପୃଥିବୀ ପାଖ ଦେଇ ୯୧ ମିଟର ଓସାରବିଶିଷ୍ଟ ଖଣ୍ଡେ ପ୍ରକାଣ୍ଡ ଗ୍ରହାଣୁ ପୃଥିବୀ ପାଖ ଦେଇ ଅତିକ୍ରମ କରିବ ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି। ବିପଦ ସୃଷ୍ଟି କରିବାର ସମ୍ଭାବନା ଥିବା ୧୬୦ ମିଟର୍ ବ୍ୟାସର ଏହି ବିଶାଳ ପଥରଖଣ୍ଡ ‘୨୦୧୩ ଡବ୍ଲୁଭି୪୪’ର ଗତି ଉପରେ ଆମେରିକୀୟ ମହାକାଶ ସଂସ୍ଥାନ ‘ନାସା’ ଦୃଷ୍ଟି ରଖିଛି। ‘ନାସା’ର ‘ନିୟର୍‌-ଆର୍ଥ ଅବ୍‌ଜେକ୍ଟ୍‌ ଷ୍ଟଡିଜ୍’ କହିଛି ଯେ, ଏହି ଗ୍ରହାଣୁ ୩.୩ ନିୟୁତ କିଲୋମିଟର୍‌ ବ୍ୟବଧାନରେ ପୃଥିବୀ ପୃଷ୍ଠ ପାଖ ଦେଇ ଅତିକ୍ରମ କରିବ।

ପରସ୍ପରକୁ ଅତିକ୍ରମ କରୁଥିବା ମହାଜାଗତିକ ବସ୍ତୁ କ୍ଷେତ୍ରରେ ଏହି ଦୂରତ୍ବ ଖୁବ୍‌ କମ୍‌ ହୋଇଥିଲେ ବି ଏଥିଯୋଗୁଁ ପୃଥିବୀ ପ୍ରତି କୌଣସି ବିପଦ ନାହିଁ ବୋଲି ନାସା ପକ୍ଷରୁ କୁହାଯାଇଛି ।୨୦୧୩ରେ ପ୍ରଥମେ ‘ନାସା’ ଦ୍ୱାରା ଆବିଷ୍କୃତ ଏହି ଗ୍ରହାଣୁ ସେକେଣ୍ଡ୍‌ପ୍ରତି ୧୧.୮ କି ଲୋମିଟର୍‌ ବେଗରେ ଅର୍ଥାତ ଶଦ୍ଦର ଗତି ବେଗଠାରୁ ପ୍ରାୟ ୩୪ଗୁଣ ଅଧିକ ବେଗରେ ଗତି କରୁଛି ବୋଲି ଜ୍ୟୋତିର୍ବିବିଜ୍ଞାନୀମାନେଣ କହିଛନ୍ତି। ଭାରତୀୟ ସମୟ ଦିନ ୧.୩୦ରେ ଏହି ଗ୍ରହାଣୁ ପୃଥିବୀ ପୃଷ୍ଠର ଅତି ନିକଟତର ହୋଇ ଗତି କରିବ ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ରିପୋର୍ଟ କରିଛି।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp