ପୂର୍ବତନ କ୍ରିକେଟର ସଲିମ ଦୁରାନୀଙ୍କ ପରଲୋକ

ପରଲୋକରେ ପୂର୍ବତନ କ୍ରିକେଟର ସଲିମ ଦୁରାନୀ । ଷାଠିଏରୁ ସତୁରୀ ଦଶକ ଭିତରେ ଭାରତ ପକ୍ଷରୁ ୨୯ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିବା ଦୁରାନୀଙ୍କର ଗୁଜରାଟ ଜାମନଗର ଠାରେ ଆଜି ସକାଳେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ବହୁ ଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ । ଦୁରାନୀଙ୍କ ମୃତ୍ୟୁ ଖବର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିବା ସହିତ ଟ୍ଵିଟ୍‌ କରି ଜଣାଇଛନ୍ତି । ମୋଦି କହିଛନ୍ତି, ଦୁରାନୀ କ୍ରିକେଟ ଲିଜେଣ୍ଡ ଥିଲେ । ବିଶ୍ୱ କ୍ରିକେଟରେ ଭାରତର ବିକାଶ କରିବାରେ ତାଙ୍କର ପ୍ରମୁଖ ଯୋଗଦାନ ରହିଛି ।

୧୯୩୪ ମସିହା ଡିସେମ୍ବର ୧୧ ତାରିଖରେ ଆଫଗାନିସ୍ତାନର କାବୁଲରେ ଜନ୍ମ ଗ୍ରହଣ କରିଥିଲେ ସଲିମ ଅଜିଜ ଦୁରାନୀ । ଦୁରାନୀ ମାତ୍ର୮ ମାସର ଥିବା ବେଳେ ତାଙ୍କର ପରିବାର ପାକିସ୍ତାନର କରାଚୀରେ ବସବାସ କରିଥିଲା । ଏହା ପରେ ଭାରତ ଏବଂ ପାକିସ୍ତାନ ଅଲଗା ହୋଇଥିଲା । ତା’ ପରେ ଦୁରାନୀଙ୍କ ପରିବାର ଭାରତରେ ଆସି ରହିଥିଲେ ।

୧୯୬୦ରେ ଦୁରାନୀ ଅଷ୍ଟ୍ରେଲିଆ ବିପକ୍ଷରେ ମୁମ୍ବାଇରେ ଟେଷ୍ଟ ଡେବ୍ୟୁ କରିଥିଲେ । ଦୁରାନୀ ଜଣେ ଦକ୍ଷ ଅଲରାଉଣ୍ଡର ଥିଲେ । ୨୯ଟି ଟେଷ୍ଟରେ ଗୋଟିଏ ଶତକ ଏବଂ ୭ଟି ଅର୍ଦ୍ଧଶତକ କରିବା ସହିତ ୭୫ଟି ଓ୍ଵିକେଟ୍‌ ମଧ୍ୟ ଦଖଲ କରିଥିଲେ । ୧୯୬୦ ମସିହାରେ ତାଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା । ୧୯୭୩ ମସିହାରେ ଇଂଲଣ୍ଡ ବିପକ୍ଷରେ ମୁମ୍ବାଇ ଠାରେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ । ସେ ଜଣେ ବାମହାତୀ ବିସ୍ଫୋରକ ବ୍ୟାଟର ଏବଂ ବାମହାତୀ ସ୍ପିନ୍‌ ବୋଲର ଥିଲେ । ଭାରତୀୟ ଦଳରେ ଜଣେ ହ୍ୟାଣ୍ଡସମ୍‌ ଖେଳାଳି ଭାବେ ପରିଚିତ ଥିଲେ ଦୁରାନୀ । କ୍ରିକେଟ୍‌ ସହ ସେ ବଲିଉଡ୍‌ରେ ମଧ୍ୟ ପାଦ ଥାପିଥିଲେ । ପରବିନ୍‌ ବବିଙ୍କ ସହିତ ‘ଚରିତ୍ର’ ନାମକ ଏକ ଫିଲ୍ମରେ ନାୟକ ସାଜିଥିଲେ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp