ପୁରୁଷ କରିବେ ପିଲା ଜନ୍ମ !
ପୁରୁଷକରିବେ ପିଲା ଜନ୍ମ !
ଆମେ ସମସ୍ତ ଜାଣିଛନ୍ତି ମହିଳା ଜନ୍ମ କରନ୍ତି ,ହଳେ ଆପଣ କବେ ଶୁଣିଛନ୍ତିକି ପୁରୁଷକରିବେ ପିଲା ଜନ୍ମ |ଏବେ ଦେଖି ବାକୁମିଳିଛି ଏଭଳି, କେରଳର କୋଝିକୋଡରେ ରହୁଥିବା ଟ୍ରାନ୍ସଜେଣ୍ଡର ଦମ୍ପତିଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛନ୍ତି । ଦମ୍ପତି ଜିୟା ଓ ଜହାଦ ବାପା ମା’ ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଏହା ଘୋଷଣା କରିଛନ୍ତି ଜିୟା ଜହାଦ ।ମାର୍ଚ୍ଚ ମାସରେ ସେମାନଙ୍କ ପିଲା ଦୁନିଆକୁ ଆସିବ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଜହାଦ ଜଣେ ପୁରୁଷ ହୋଇଥିବା ବେଳେ ତାଙ୍କ ଗର୍ଭରେ ଶିଶୁ ବଢ଼ୁଛି । ଏହି ଘଟଣା ଦେଶରେ ପ୍ରଥମ । ତେଣୁ ନିଜେ ହିଁ ଶିଶୁଟିର ଉଭୟ ବାପା ଓ ମା’ ବୋଲି କହିଛନ୍ତି ଜହାଦ । ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।ତେବେ ଜିୟା ଇନଷ୍ଟାଗ୍ରାମରେ ପୋଷ୍ଟ କରି ଏହା ଜଣାଇଛନ୍ତି । ଜହାଦ ଝିଅ ରୂପେ ଜନ୍ମ ହୋଇଥିବା ବେଳେ ଲିଙ୍ଗ ପରିବର୍ତ୍ତନ ପରେ ସେ ପୁରୁଷ ପାଲଟି ଯାଇଥିଲେ। ସେହିପରି ଜିୟା ପୁଅ ରୂପେ ଜନ୍ମ ହୋଇଥିଲେ ବି ପରବର୍ତ୍ତୀ ସମୟରେ ମହିଳା ହୋଇ ଯାଇଥିଲେ। ପରସ୍ପରକୁ ଭଲ ପାଉଥିବାରୁ କାହାକୁ ଖାତିର ନ କରି ଉଭୟ ଲିଙ୍ଗ ପରିବର୍ତ୍ତନ କରି ପରସ୍ପରଙ୍କୁ ବିବାହ କରିଥିଲେ। ତେବେ ଜିୟା ଜଣେ ଡ୍ୟାନ୍ସର ହୋଇଥିବା ବେଳେ ଜହାଦ ଏକ ଘରୋଇ କମ୍ପାନୀରେ ଜଣେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି। ତେବେ ପୁରୁଷ ହେବା ପରେ ସର୍ଜରୀ ପରେ ତାଙ୍କ ଗର୍ଭାଶୟ ଏବଂ କିଛି ଅନ୍ୟ ଅଙ୍ଗକୁ ହଟାଯାଇନଥିଲା ।