ପୁରୁଷମାନେ ଚମକଦାର ତ୍ୱଚା ପାଇବାକୁ ହେଲେ ଆପଣାନ୍ତୁ ଏହି ଜବରଦସ୍ତ ଉପାୟ

ପୁରୁଷଙ୍କ ତ୍ୱଚା ମହିଳା ମାନଙ୍କ ଠାରୁ ଅଲଗା ହେବା କାରଣରୁ ତାଙ୍କ ତ୍ୱଚାର ଉଜ୍ୱଳତାର ଉପାୟ ମଧ୍ୟ କିଛି ଅଲଗା ହୋଇଥାଏ। ଆଜି ଆମେ କିଛି ଏମିତି ଉପାୟ ଜାଣିବା ଯାହା ଦ୍ୱାରା ପୁରୁଷ ମାନେ ମଧ୍ୟ ନିଜ ତ୍ୱଚାକୁ ଚମକାଇ ପାରିବେ। ଏହାସହିତ ଟ୍ୟାନିଂ ସମସ୍ୟା ଥିଲେ ତାହା ମଧ୍ୟ ଦୂରେଇ ଯିବ।ସାଧାରଣତଃ ସୁନ୍ଦରତା କଥା ଉଠିଲେ ପ୍ରଥମେ ଝିଅମାନଙ୍କ କଥା ସାମ୍ନାକୁ ଆସେ। କିନ୍ତୁ ଏଥିରେ ପୁରୁଷ ମାନଙ୍କର ମଧ୍ୟ ଅଧିକାର ରହିଛି।

ଦହି

ଦହିର ସେବନରେ ତ୍ୱଚାର ଛିଦ୍ରରେ ଶକ୍ତି ଆସିଥାଏ। ଦହିରେ ଟମାଟୋ ଏବଂ କାକୁଡିକୁ ପେଷ୍ଟ କରି ଦିଅନ୍ତୁ ଏବଂ ଏହି ପେଷ୍ଟରେ ଅଧା କପ୍‌ ଅଟା ମିଶାଇ ଭଲ ଭାବେ ଫେଣ୍ଟି ଦିଅନ୍ତୁ। ଏହି ଲେପକୁ ତ୍ୱଚା ଉପରେ ଲଗାନ୍ତୁ ଏବଂ ୩୦-୪୫ ମିନିଟ୍‌ ପରେ ଉଷୁମ ପାଣିରେ ଧୋଇ ଦିଅନ୍ତୁ।

ଲେମ୍ବୁ ରସ

ଲେମ୍ବୁକୁ ସବୁବେଳେ ଏକ ଭଲ ବ୍ଲିଚ୍‌ ବୋଲି ମଧ୍ୟ କୁହାଯାଏ। ଏକ ଲେମ୍ବୁ ନିଅନ୍ତୁ ଏବଂ ତାହାର ରସକୁ ଚିପୁଡି ତାହାକୁ ତ୍ୱଚାରେ ଲଗାନ୍ତୁ। ଏହାଫଳରେ ଟ୍ୟାନିଂ ସମସ୍ୟା ମଧ୍ୟ ଦୂର ହୋଇଯିବ। ଏହାକୁ ଲଗାଇଲେ ସ୍କିନ ଡ୍ରାଏ ହେବନାହିଁ ଏବଂ କଳାପଣ ମଧ୍ୟ ଦୂରେଇଯିବ। ଏହାକୁ ସପ୍ତାହରେ ଦୁଇ ରୁ ତିନି ଥର ଲଗାଇବା ଉଚିତ।

ଆଳୁ

ଯଦି ତ୍ୱଚାରେ ବହୁତ ଅଧିକ ଟ୍ୟାନିଂ ହୋଇଯାଇଛି ତେବେ ରାତିରେ ଶୋଇବା ପୂର୍ବରୁ ଆଳୁକୁ ପତଳା କରି କାଟି ତାହାକୁ ତ୍ୱଚା ଉପରେ ରଖିଦିଅନ୍ତୁ। ଏହାକୁ ଅଧ ଘଣ୍ଟା ପଯ୍ୟର୍ନ୍ତ ରଖନ୍ତୁ ଏବଂ ଆଳୁ କଳା ପଡିଗଲେ ତାକୁ ବାହାର କରିଦିଅନ୍ତୁ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp