ପୁରୀରେ ଜଳୁଛି ହୁତୁ ହୁତୁ ନିଆଁ ।

ପୁରୀରେ ଲାଗିଛି ନିଆଁ । ଆଉ ନିଆଁ ଏମିତି ହୁତୁହୁତୁ ହୋଇ ଜଳୁଛି ଯେ ଲିଭିବାର ନାଁ ଧରୁନାହିଁ । ବାର ଘଣ୍ଟାରୁ ଅଧିକ ସମୟ ହେବ ହୁତୁହୁତୁ ହୋଇ ଜଳୁଛି । ନିଆଁ ଲିଭାଇବାକୁ ଚେଷ୍ଟା କରୁଥିବା ଅଗ୍ନିଶମ ବିଭାଗର ଦମକଳରୁ ପାଣି ସରି ଯାଉଛି କିନ୍ତୁ ନିଆଁ ଲିଭାଇବାର ନାଁ ଧରୁ ନାହିଁ । ସେହି ଦୃଶ୍ୟ ଯିଏ ଦେଖୁଛନ୍ତି ତାଙ୍କ ଛାତି ଥରି ଯାଉଛି । ଆଉ ଏହି ଦୃଶ୍ୟ ଆଉ କେଉଁଠୁ ନୁହେଁ ଏହି ଦୃଶ୍ୟ ସାମ୍ନାକୁ ଆସିଛି କାଳିଆର ଧାମ ପୁରୀରୁ। ତେବେ ସୂଚନା ଅନୁଯାୟୀ ଗତକାଲି ପୁରୀର ଲକ୍ଷ୍ମୀ ମାର୍କେଟ ମରିଚି କୋର୍ଟ ଛକ ନିକଟରେ ନିଆଁ ଲାଗିଥିଲା ଯାହା କାଲି ଠାରୁ ଆଜି ପର୍ଯ୍ୟନ୍ତ ହୁଟୁହୁତୁ ହୋଇ ଜଳିବାରେ ଲାଗିଛି । ଯାହା ଫଳରେ ପୁରା ଶିଖେତ୍ର ଏବେ ଧୁଆଁ ମୟ ହୋଇ ଯାଇଛି । ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ପାଇଁ ନିଆଁ ଲିଭାଇବା ଏବେ ଏକ ବଡ ଚ୍ୟାଲେଞ୍ଜ ହୋଇଯାଇଛି ।

ସେପଟେ ପୁରୀ ବାସୀ ଏହି ଭୟଙ୍କର ଧୁଆଁ ଯୋଗୁ ଅସ୍ତ ବ୍ୟସ୍ତ ହୋଇ ପଡିଛନ୍ତି କାରଣ ଯେତେ ପାଣି ପକାଇଲେ ମଧ୍ୟ ନିଆଁ ଲିଭୁ ନାହିଁ । 10 ରୁ ଅଧିକ ଦମକଳରୁ ପାଣି ସରିଯାଇଥିବା ବେଳେ ଏପର୍ଯ୍ୟନ୍ତ ନିଆଁ କିନ୍ତୁ ଲିଭିବାର୍ ନାଁ ଧରୁ ନାହିଁ । ତେବେ ଏହି ସମ୍ରାଟ କମ୍ପେଲ୍ସ ର ଡ୍ରେସ୍ ଦୋକାନରେ ଥିବା ଡ୍ରେସ୍ ଦୋକାନରେ ଗତକାଲି କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ଆଉ ଯେଉଁ ନିଆଁ ଧୀରେ ଧୀରେ ବ୍ୟାପିବାରେ ଲାଗିଥିଲା । ଆଉ ଏଥିପାଇଁ ନିଆଁର ବେଗ ଧୀରେ ଧୀରେ ବ୍ୟାପି ଏବେ ପର୍ଯ୍ୟନ୍ତ ମଧ୍ୟ ଜଳୁଛି । ତେବେ କେତେବେଳେ ନିଆଁ ସମ୍ପୂର୍ଣ୍ଣ ରୂପେ ଲିଭିବ ସେଥିନେଇ ମଧ୍ୟ କୌଣସି ସୂଚନା ମିଳି ନାହିଁ ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp