ପୁଣି ସଲମାନ ଖାନ୍ ଙ୍କୁ ମିଳିଲା ହତ୍ୟା ଧମକ |
ପୁଣି ସଲମାନ ଖାନ୍ ଙ୍କୁ ମିଳିଲା ହତ୍ୟା ଧମକ | ଗ୍ୟାଙ୍ଗଷ୍ଟରଙ୍କ ଟାର୍ଗେଟର ସଲମାନ ଖାନ୍ । ସୁଯୋଗ ମିଳିଲେ ସଲମାନଙ୍କୁ ମାରିବାକୁ ଖୋଲା ଧମକ ଦେଇଛି ଗ୍ୟାଙ୍ଗଷ୍ଟର ତଥା ଭାରତର ମୋଷ୍ଟ ୱାଂଟେଡ ସତବିନ୍ଦର ସିଂହ ଓରଫ ଗୋଲଡି ବରାର । ଏକ ଜାତୀୟ ଗଣମାଧ୍ୟମକୁ ଗୋଲଡି ବ୍ରାର କହିଛନ୍ତି, ତାଙ୍କ ଟାର୍ଗେଟରେ ସଲମାନ ଖାନ ଅଛନ୍ତି , ଆଉ ସୁଯୋଗ ମିଳିଲେ ସେ ନିଶ୍ଚିତ ମାରିବେ । ଗୋଲଡି ବରାର ଜଣେ ଏଭଳି ଅପରାଧୀ, ଯିଏ ଦେଶ ବାହାରେ ରହି ଅପରାଧିକ କାର୍ଯ୍ୟକଳାପ କରିଥାଏ ।
ଭାରତର ସବୁ ଏଜେନ୍ସି ଗୋଲଡିକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି । ଇଂଟରପୋଲ ବି ଗୋଲଡି ବ୍ରାରଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିଛି । ଏପରିକି କାନାଡା ପୁଲିସର ମୋଷ୍ଟ ୱାଂଟେଡ ଲିଷ୍ଟରେ ରହିଛି ଗୋଲଡି ବ୍ରାର । ତାଙ୍କୁ ଧରାଇଦେଇ ଦେଢକୋଟି ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା ହୋଇଛି । କିନ୍ତୁ ଏ ଯାଏଁ ତାକୁ ତଦନ୍ତକାରୀ ଏଜେନ୍ସି ଧରିପାରି ନାହାନ୍ତି । ୧୯୯୮ ମସିହାରୁ ସଲମାନ ଖାନକୁ ଲଗାତାର ଧମକ ଦେଇ ଆସୁଛନ୍ତି ଗ୍ୟାଙ୍ଗଷ୍ଟର । ଗୋଲଡି ବ୍ରାର ଓ ତାର ସହଯୋଗୀ ଲରେନ୍ସ ବିଷ୍ଣୋୟୀ ବି ଅନେକ ଥର ଧମକ ଦେଇଛନ୍ତି । ୧୯୯୮ ମସିହାରେ କଳାହରିଣ ଶିକାର ମାମଲାରେ ସଲମାନ ଖାନଙ୍କ ନାଁ ଆସିଥିଲା ।
ଏହାପରଠାରୁ ବିଷ୍ଣୋଇ ସମାଜ, ସଲମାନଙ୍କୁ ବିରୋଧ କରିଆସୁଛନ୍ତି । ବିଷ୍ଣୋଇ ସମାଜର ଲୋକ ସଲମାନଙ୍କ ବିରୋଧରେ ଅଧିକ ସ୍ୱର ଉଠାଉନାହାନ୍ତି । କିନ୍ତୁ ଏହି ସମାଜରୁ ଆସୁଥିବା ଲରେନ୍ସ ବିଷ୍ଣୋଇ ଅପରାଧ ଦୁନିଆରେ ସକ୍ରିୟ ହେବା ପରେ ସଲମାନଙ୍କୁ ବାରମ୍ବାର ଖୋଲା ଧମକ ଦେଇଆସୁଛି । ବିଷ୍ଣୋଇ ସମାଜ ରାଜସ୍ଥାନର ଯୋଧପୁର ଅଂଚଳରେ ରହିଥାନ୍ତି । ଏମାନେ ହରିଣକୁ ଭଗବାନ ବୋଲି ପୂଜା କରିଥାନ୍ତି ।