ପୁଣି ଥରେ ୩ବର୍ଷ ପରେ ବଜାର ଆସିବେ ରିୟା ଚକ୍ରବର୍ତ୍ତୀ |

ପୁଣି ଥରେ ୩ବର୍ଷ ପରେ ବଜାର ଆସିବେ ରିୟା ଚକ୍ରବର୍ତ୍ତୀ | ବଡ଼ ପରଦାକୁ ନହେଲେ ବି ସେ ଏବେ ଛୋଟ ପରଦାରେ ନଜର ଆସିବେ। ଏମଟିଭି ରୋଡିଜ-୧୯ରେ ସେ ଗ୍ୟାଙ୍ଗ ଲିଡର ହେବେ ରିୟା ଚକ୍ରବର୍ତ୍ତୀ। କୁହାଯାଉଛି ଯେ, ପ୍ରିନ୍ସ ନରୁଲା ଏବଂ ଗୌତମ ଗୁଲାଟିଙ୍କ ପରେ ତୃତୀୟ ଗ୍ୟାଙ୍ଗ ଲିଡରଙ୍କ ନାଁ ରିୟା ଚକ୍ରବର୍ତ୍ତୀ ବୋଲି ପ୍ରକାଶ କରାଯାଇଛି! ନିର୍ମାତାମାନେ ରିୟା ଚକ୍ରବର୍ତ୍ତୀଙ୍କ ପ୍ରମୋ ରିଲିଜ୍ କରିଛନ୍ତି।

ରିୟାଙ୍କ ଏହି ଭିଡିଓ ଦେଖିବା ପରେ ତାଙ୍କ ପ୍ରଶଂସକ ଖୁସି ଥିବା ବ‌େଳେ ସୁଶାନ୍ତଙ୍କ ପ୍ରଶଂସକଙ୍କୁ ଏହା ନାପସନ୍ଦ କରିଛନ୍ତି। ରିୟାଙ୍କୁ ଗ୍ୟାଙ୍ଗ ଲିଡର କରିଥିବାରୁ ଲୋକେ ନିର୍ମାତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। ରୋଡିଜକୁ ବିବାଦୀୟ ଓ ସୋ’ର ଟିଆରପି ବଢ଼ାଇବାକୁ ରିୟାଙ୍କୁ ଗ୍ୟାଙ୍ଗ ଲିଡର କରାଯାଇଥିବା ଲୋକେ ଆଲୋଚନା କରୁଛନ୍ତି।ସୂଚନା ଥାଉକି, ୨୦୨୦ରେ ବଲିଉଡର ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରାଯାଇଥିଲା। ଏହା ପରେ ବେଆଇନ ଡ୍ରଗ୍ସ କାରବାର ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଜେଲ ଯାଇଥିଲେ।

Leave a Reply

Your email address will not be published. Required fields are marked *

YouTube
LinkedIn
Share
Instagram
Telegram
WhatsApp