ପୁଣି ଥରିଲା ତୁର୍କୀ !
ପୁଣି ଥରିଲା ତୁର୍କୀ ଶନିବାର ରାତିରେ ୫.୩ ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ । ଏହାର କେନ୍ଦ୍ର ତୁର୍କୀର ନିଗଡେ ପ୍ରାନ୍ତରେ ହୋଇଛି । ଏହାକୁ ନେଇ ଲୋକେ ପୁଣି ଭୟଭୀତ ହୋଇଛନ୍ତି ବାର ବାର ଏ ଭଳି ଭୂମିକମ୍ପ ଲୋକେ ଭୟଭୀତ ହୋଇଛନ୍ତି।ପୁଣି ଥରିଲା ତୁର୍କୀ । ଗତ ଶନିବାର ରାତିରେ ୫.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଏହାର କେନ୍ଦ୍ର ତୁର୍କୀର ନିଗଡେ ପ୍ରାନ୍ତରେ ରହିଛି । ଫେବୃଆରୀ ୬ରେ ଆସିଥିବା ପ୍ରଳୟଙ୍କରୀ ଭୂମିକମ୍ପ ମୃତକଙ୍କ ସଂଖ୍ୟା ୫୦ ହଜାର ଉପରେ ହେଲାଣି। ତଥାପି ଆଉ ଅନେକ ନିଖୋଜ ରହିଛନ୍ତି । ଭୟଙ୍କର ଭୂମିକମ୍ପରେ ହଜାର ହଜାର ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ ଲକ୍ଷ ଲକ୍ଷ ବାସଗୃହ ଭୁଶୁଡ଼ି ମାଟିରେ ମିଶି ଯାଇଛି । ଗତ ୬୬ ଘଣ୍ଟା ମଧ୍ୟରେ ୩୭ ଥର ଭୂକମ୍ପ କମ୍ପନ ଦେଖିବାକୁ ମିଳିଛି ।