ପୁଣି ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବେ ଜିଲ୍ଲାପାଳ ।
ପଡିବ ଆଉ ଥରେ ହାତ ଗଣ୍ଠି । ବାଜିବ ଆଉ ଥରେ ସାହା ନାଇ । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ । ସୂଚନା ଅନୁଯାୟୀ ରବିବାର ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ ବାସଭବନରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଛି । ଏଥିରେ ଜିଲ୍ଲାପାଳଙ୍କ ପରିବାରବର୍ଗ ଓ ହାତଗଣତି କିଛି ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ଖୁବ ଶୀଘ୍ର ଦୁହେଁ ଦୁହିଁଙ୍କୁ ନିଜ ନିଜର ଜୀବନ ସାଥି କରିବାକୁ ଯାଉଛନ୍ତି ।
ଆସାମ ଝିଅ ଅନନ୍ୟା ଦାସ ବର୍ତ୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ହେଲେ ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଥିଲା ।ଯେଉଁ ଖବର ପ୍ରାୟ ସମସ୍ତେ ଜାଣିଥିଲେ । ସେହିପରି ଓଡ଼ିଶାରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତ୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂହଙ୍କୁ ବିବାହ କରିଥିଲେ । ସେମାନେ ମଧ୍ୟ ନିକଟରେ ସମାନ କାରଣରୁ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ । ତେବେ ଏହା ପରେ ଚଞ୍ଚଳ ଓ ଅନନ୍ୟାଙ୍କ ନିର୍ବନ୍ଧ ସରିଥିବା ବେଳେ ଶୀଘ୍ର ସେମାନେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ସେହଭଳି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଆଉ ଥରେ ନୂଆ ସଂସାର ଗଢ଼ିବାକୁ ଯାଉଛନ୍ତି । ଦିବ୍ୟ ଶଙ୍କର ମିଶ୍ର କରିବେ ଦ୍ୱିତୀୟ ବିବାହ। ଏହାକୁ ନେଇ ସବୁଠି ଚର୍ଚ୍ଚା ଜୋରଧରିଛି।ଦିବ୍ୟଶଙ୍କର ତାଙ୍କ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ୍ ଦେକୋଟ ଗାଁର ଜଣେ ଯୁବତୀଙ୍କୁ ବିବାହ କରୁଥିବା ସୂଚନା ମିଳିଛି । ଆସନ୍ତା ଫେବ୍ରୁଆରି ଶେଷ ସପ୍ତାହରେ ପୁରୀଠାରେ ସେ ବିବାହ କରିବେ ବୋଲି କୁହା ଯାଉଛି । ଏହା ଉଭୟଙ୍କ ଦ୍ବିତୀୟ ବିବାହ ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣକୁ ନେଇ ସେ ଛାଡ଼ପତ୍ର ଦେଇଥିଲେ।